ସଇଁନ୍ତଲା ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା : ଗାଡିକୁ ଛାଡିଲେ, କାଠ ଜବତ କଲେ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ, ଦେଶ ବଞ୍ଚାଅ ବୋଲି ସରକାରଙ୍କ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଅନ୍ୟ ପଟେ ଚଳିତ ବର୍ଷ ଅନେକ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ନେଇ ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଥିଲା । ହେଲେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବନ ବିଭାଗର କାର୍ଯ୍ୟକଳାପକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ସୂଚନାଯୋଗ୍ୟ ଯେ ,ସଇଁନ୍ତଲା ବନ ବିଭାଗ ରେଞ୍ଜ ଅଧିନସ୍ଥ କରମତଲା ସ୍ଥିତ ଏକ ଇଟାଭାଟିରୁ ବେଆଇନ କାଠ ଗଣ୍ଡିକୁ ଜବତ କରିବା ସହ ଟ୍ରାକ୍ଟର ଗାଡିକୁ ଛାଡି ଦେଇଥିବା ନେଇ ବନ ବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା ବୋଲି ଆଲୋଚନା ହେଉଛି । ଯଦି ଟ୍ରାକ୍ଟର ସହିତ କାଠ ଗଣ୍ଡି ଥିଲା, ତେବେ କାଠକୁ ରଖି ଟ୍ରାକ୍ଟର ଗାଡିକୁ ବନ ବିଭାଗ ଛାଡିଲ କାହିଁକି ? କାହା ପରାମର୍ଶରେ ଟ୍ରାକ୍ଟର ଗାଡିକୁ ଛାଡି ଦେଲା ବନ ବିଭାଗ, ଏଭଳି ଅନେକ ପ୍ରଶ୍ନ ସାଧାରଣରେ ପ୍ରକାଶ ପାଉଛି । ତେବେ ସଇଁନ୍ତଲା ରେଞ୍ଜର ରାଜକିଶୋର ହରପାଲଙ୍କ ପରାମର୍ଶରେ ବନ ବିଭାଗ ଏକ ମାମଲା ରୁଜୁ କରିଥିବା ଜଣାପଡିଛି । ଏନେଇ ବଲାଙ୍ଗିର ବନ ବିଭାଗ ଡିଏଫଓ ସମୀର ଶତପଥୀଙ୍କୁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ମତାମତ ସଂଗ୍ରହ କରିବା ସମ୍ଭବ ହୋଇ ପାରିନଥିଲା । ବନ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

seven + eighteen =

error: Content is protected !!