ଭାଇ କଲା ଭାଇର ହତ୍ୟା : ଅଭିଯୁକ୍ତ ଟିକେଚନକୁ କୋର୍ଟ ଚାଲାଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ବଡ଼ମାଲ ଫାଣ୍ଡି ଅଧୀନ ବଡ଼ମାଲ ଗ୍ରାମରେ ନିଜ ଭାଇକୁ ହତ୍ୟା କଲା ଜଣେ ଭାଇ ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା । ତେବେ ଖବର ପାଇବା ପରେ ଘଟଣା ସ୍ଥଳରେ ସଇଁନ୍ତଲା ପୁଲିସ ପହଞ୍ଚି ତଦନ୍ତ କରିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ସୂଚନା ମତେ ବଡ଼ମାଲ ଗ୍ରାମର ଦେବରାଜ ଭୋଇଙ୍କୁ ଜମି ବିବାଦକୁ ନେଇ ନିଜ ଭାଇ ହତ୍ୟା କରିଥିବା ଜଣାପଡିଛି । ତେବେ ବଡ଼ମାଳ ଗ୍ରାମର ଗୋଟିଏ ପରିବାରହ ଦୁଇ ଭାଇ ମଧ୍ୟରେ ଜମି ବାଡ଼ିକୁ ନେଇ ଦୀର୍ଘ ଦିନରୁ କଲହ ଲାଗି ରହିଥିଲା । ତେବେ ଟିକେଚନ ଭୋଇ ଓ ଦେବରାଜ ଭୋଇଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଟିକେଚନ ଦେବରଜଙ୍କୁ ବାଡ଼ିରେ ନିର୍‌ଧୁମ ଭାବରେ ମାଡ଼ ମାରିବା ସହ ବେକରେ ଗାମୁଛା ଭିଡି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଖବର ପାଇ ସଇଁନ୍ତଲା ଥାନା ଅଧିକାରୀ ସଂଗ୍ରାମ କେଶୋରୀ ପଟ୍ଟନାୟକ, ବଡ଼ମାଲ ଫାଣ୍ଡି ପୁଲିସ, ବଲାଙ୍ଗିର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ କରିଥିବା ବେଳେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

five × 2 =

error: Content is protected !!