ଦେଓଗାଁରେ ପୁଣି ୩୧ ଚିହ୍ନଟ : ମାସକରେ ୩୪୧, କୁତୁର୍ଲା ପଞ୍ଚାୟତରେ ୨ଦିନରେ ୫୯ ଚିହ୍ନଟ, ମୂରସିଂ ବାଗପଡାକୁ ସିଲ୍ କଲା ପ୍ରଶାସନ

ଦେଓଗାଁ, (ମନୀଷ କୁମାର ସାହୁ) : କିଛି ଦିନ ହେଲା ଦେଓଗାଁ ବ୍ଲକ ଅଞ୍ଚଳରେ କରୋନାର ନୂଆଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଗତ ମାସ ୧୧ ତାରିଖରୁ ସୋମବାର ଦିନ ପର୍ଯ୍ୟନ୍ତ ୩୧୦ଜଣ ଚିହ୍ନଟ ହୋଇଥିଲେ । ରବିବାର ଦିନ ଦେଓଗାଁ ବ୍ଲକର ବିଭିନ୍ନ ପଞ୍ଚାୟତ ଅଧିନରେ ୩୧ଜଣ ପଜିଟିଭ ହୋଇଥିବା ସରକାରୀ ରିପୋର୍ଟ ଆସିଛି । ଏହା ମଧ୍ୟରୁ କେବଳ କୁତୁର୍ଲା ପଞ୍ଚାୟତ ଅଧିନରେ ୧୩ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଧଣ୍ଡାମାଲ ପଞ୍ଚାୟତରେ ୮ଜଣ, ଉପରଝର ୪ଜଣ, ଅର୍ଜୁନପୁର, ବଡବନ୍ଧ, ବନ୍ଧପଡ଼ା, ଗାଈବାହାଲ, କୁଲୁତାପଡ଼ା ଓ ସିଂହାମୁଣ୍ଡା ପଞ୍ଚାୟତରେ ଜଣେ ଲେଖାଏଁ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଦେଓଗାଁ ବ୍ଲକରେ କରୋନାର ସଂଖ୍ୟା ଖେଳ ବିଗତ ମାସକରେ ୩୪୧ଜଣ କାରୋନା ରୋଗୀ ଚିହ୍ନଟ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ରବିବାର ଆସିଥିବା ରିପୋର୍ଟରେ ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅଧିନରେ ୪୬ଜଣ ଚିହ୍ନଟ ହୋଇଥିଲେ । ଫଳରେ ପ୍ରଶାସନ ପକ୍ଷରୁ ଅଧିକ ସଂଖ୍ୟକ ଚିହ୍ନଟ ହୋଇଥିବା ମୁରସିଂ ବାଗପଡ଼ାକୁ ସିଲ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

16 + five =

error: Content is protected !!