oom

୪ଶହ ଲୋକ ଦ୍ୱିତୀୟ ଡୋଜ କରୋନା ଟୀକା ନେଲେ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅର୍ନ୍ତଗତ ସରକାରୀ ବାଳିକା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ମହାମାରୀ କରୋନା ସଂକ୍ରମଣରୁ ଜନସାଧାରଣଙ୍କୁ ସୁରକ୍ଷା ପାଇଁ ଆଜି ୪୫ବର୍ଷରୁ ଅଧିକ ବୟସଧାରୀ ୪ଶହ ଜଣ ବ୍ୟକ୍ତିଙ୍କୁ ୨ୟ ଡୋଜ କରୋନା ଟୀକାକରଣ କରାଯାଇଥିବା ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । କୋଭିଡ୍‌ ନିୟମ ଅନୁପାଳନ କରାଯାଇ ଲୋକମାନଙ୍କୁ ୨ୟ ଡୋଜ ଟୀକା ଦିଆଯାଇଛି ବୋଲି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବିପିଏମ ଦିଲ୍ଲିପ କୁମାର ପରିଡା ସୂଚନା ଦେଇଛନ୍ତି । ଟୀକା ନେଇଥିବା ଲୋକଙ୍କ ମଧ୍ୟରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ପରିଲକ୍ଷିତ ହୋଇନାହିଁ ବୋଲି ଶ୍ରୀ ପରିଡାଙ୍କ ଠାରୁ ପ୍ରକାଶ । ଟୀକାର ଅଭାବି ହେତୁ ଡେଲାଙ୍ଗରେ ଏବେ ବି ଅନେକ ଲୋକ ଟୀକା ନେବା ପାଇଁ ଅପେକ୍ଷାରେ ଥିବା ବେଳେ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଟୀକା ଯୋଗାଇଦେବାକୁ ସାଧାରଣରେ ଦାବୀ କରାଯାଇଛି ।

jittmm
Leave A Reply

Your email address will not be published.