ପୁଅ ପରେ ବୋହୂ ଚାଲିଗଲା ଅକାଳରେ : ତିନି ନାତୁଣୀଙ୍କ ବୋଝ ବୋହୁଛି ବୃଦ୍ଧ ଜେଜେବାପା

କର୍ଲାମୁଣ୍ଡା (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଂଚାୟତର ଧଅଁରାଖମନ ଗାଁ । ଏଇ ଗାଁରେ ରହିଛନ୍ତି ବୃଦ୍ଧ ରାଜେନ୍ଦ୍ର ଭୋଇ (୬୪) । ପୁଅ, ବୋହୂ ଓ ତିନି ନାତୁଣୀଙ୍କୁ ନେଇ ତାଙ୍କର ଏକ ଖୁସିର ପରିବାର ଥିଲା । କିନ୍ତୁ ନିୟତି ସହିଲାନି, ଆଜକୁ ପ୍ରାୟ ପାଂଚ ବର୍ଷ ତଳେ ପୁଅ ଈଶ୍ୱର ଭୋଇ (୪୩) ର ଅକାଳ ମୃତ୍ୟୁ ଘଟିଲା । ଈଶ୍ୱରଙ୍କ ମୃତ୍ୟୁ ପରେ ପରିବାର ସମ୍ବାଳିଥିଲେ ବାପା ରାଜେନ୍ଦ୍ର ଓ ବୋହୂ ବିମିନି । କିନ୍ତୁ ଅବର୍ତମାନକୁ ଭୁଲିବାକୁ ପରିବାର ଚେଷ୍ଟା ଚଳାଇଥିବା ବେଳେ ଗତ ୩ ତାରିଖ ଦିନ ହଠାତ ବୋହୂ ବିମନି (୩୨) ଙ୍କର ଅକାଳ ମୃତ୍ୟୁ ଏ ପରିବାର ପାଇଁ ଆଣିଦେଲା ଦାରୁଣ ସ୍ଥିତି । ଏବେ ଏହି ପରିବାରରେ ରାଜେନ୍ଦ୍ରଙ୍କର ତିନି ନାତୁଣୀ ପିଙ୍କି(୧୫),ରିଙ୍କି(୧୩) ଓ ଜନନୀ (୦୮) ବାପା, ମାଙ୍କୁ ଅକାଳରେ ହରାଇ ଅନାଥ ପାଲଟିଯାଇଛନ୍ତି । ଏବେ ବିଶ୍ରାମନେବା ବୟସରଙ୍କ ବୃଦ୍ଧ ରାଜେନ୍ଦ୍ରଙ୍କ କାନ୍ଧରେ ତିନି ନାତୁଣୀଙ୍କ ପ୍ରତିପୋଷଣ ଦାୟିତ୍ୱ । ବୁଲିବା, ଖେଳିବା ଓ ପଢିବା ସମୟରେ ଏଇ ତିନି ଝିଅ ବାପା, ମାଙ୍କୁ ହରାଇ ପୁରାପୁରି ମିୟମ୍ରାଣ ହୋଇଯାଇଛନ୍ତି । ଏମାନଙ୍କର ଭବିଷ୍ୟତ କଣ ହେବ, ସେଇ ଚିନ୍ତାରେ ବୃଦ୍ଧ ଜେଜେବାପା ରାଜେନ୍ଦ୍ର । ପରିବାର ପାଇଁ ଏକ ରାସନ କାର୍ଡରେ ମିଳୁଥିବା ଚାଉଳ ଓ ରାଜେନ୍ଦ୍ର ପାଉଥିବା ୫ଶହ ଟଙ୍କାର ଭତା ହିଁ ଏକମାତ୍ର ସାହାରା । ତେଣୁ ଏଇ ପରିବାରକୁ ପ୍ରଶାସନ ପକ୍ଷରୁ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

one × 1 =