ଆଗକୁ ଅକ୍ଷୟ ତୃତୀୟା, ସଜେଇ ହେଲେଣି ଭାରତର ପ୍ରଥମ କୃଷକ ଦେବତା

ଭୁବନେଶ୍ୱର, (କେପିଏନଏସ) : ଆଗକୁ ଆସୁଛି ପବିତ୍ର ଅକ୍ଷୟ ତୃତୀୟା । କୃଷକମାନଙ୍କର ଚାଷ କାମ ଅନୁକୂଳର ପ୍ରଥମ ଦିବସ । ଏହି ଦିନରେ କୃଷକମାନେ ନିଜ ଘରେ ଝୋଟି ପକାଇବା ସହ ଚାଷ କାମ ପାଇଁ ବିହନ ଅନୁକୂଳ କରିଥାନ୍ତି ଏବଂ ଭଲ ଫସଲ ଅମଳ ପାଇଁ ପୂର୍ଜାଚ୍ଚନା କରିଥାନ୍ତି । କିନ୍ତୁ ଦୁଇବର୍ଷ ଧରି ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଏସବୁ ସତ୍ୱେ କଟକ ଜିଲ୍ଳା ଅନ୍ତର୍ଗତ ଗୋକନ ମଣିଜେରୀ ଗ୍ରାମରେ ଏବେଠୁ ସଜେଇ ହେଲେଣି ଭାରତର ପ୍ରଥମ କୃଷକ ଦେବତା । ଏହି ଗ୍ରାମରେ ଭାରତର ସର୍ବ ପ୍ରଥମ କୃଷକ ମନ୍ଦିର ୨୦୦୫ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିରକୁ ପ୍ରତିଷ୍ଠା କରିଥିଲେ ଜଣାଶୁଣା ସମାଜସେବୀ ପ୍ରତାପ କୁମାର ସାହୁ । ବିପ୍ଳବୀ କବି ରବି ସିଂ ଏହି ମନ୍ଦିରକୁ ଉଦ୍‌ଘାଟନ କରିଥିଲେ । ଏଠାରେ ଉଲ୍ଳେଖ ଥାଉକି, ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ହଲ ପ୍ରତିଯୋଗିତା କରାଯିବା ସହ କୃତି ପ୍ରତିଯୋଗୀମାନଙ୍କୁ ପିତ୍ତଳ ବାଲଟି, ପିତ୍ତଳ ଘଣ୍ଟି, ଦଉଡି, ପାଞ୍ଚଣ, ଗୋଖାଦ୍ୟ ଏବଂ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ । ସେଠାକୁ ଆସୁଥିବା ପ୍ରତ୍ୟେକ ଗୋମାତାମାନଙ୍କୁ ମାଗଣାରେ ପଶୁ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା କରାଯାଇଥାଏ । ପ୍ରତ୍ୟେକ ବର୍ଷ ଅକ୍ଷୟ ତୃତୀୟା ଦିନ ପାଖାପାଖି ଦୁଇ ହଜାର ଲୋକଙ୍କ ପାଇଁ ଖାଇବା ପିଇବାର ବ୍ୟବସ୍ଥା କରାଯାଇଥାଏ । କିନ୍ତୁ ବଡ ଦୁଃଖର ବିଷୟ ମନ୍ଦିରର ପ୍ରତିଷ୍ଠାତା ପ୍ରତାପ ସାହୁ କହିଛନ୍ତି ଯେ, ବିଗତ ଦୁଇବର୍ଷ ହେବ କରୋନା ଯୋଗୁଁ ଲକଡାଉନ ଓ ସଟଡାଉନ ଲାଗୁ ଫଳରେ ଏହି ମନ୍ଦିରରେ କେବଳ ଯଜ୍ଞ କରାଯାଇଥାଏ । ଖାଦ୍ୟପେୟ ଓ ପ୍ରତିଯୋଗିତାକୁ ମହାମାରୀ କରୋନା ଯୋଗୁ ବନ୍ଦ କରିଦିଆଯାଇଛି ବୋଲି ଶ୍ରୀ ସାହୁ କହିଛନ୍ତି । ଗ୍ରାମବାସୀ ଯେତେବେଳେ ଚାଷକାର୍ଯ୍ୟ କରିବାକୁ ଯାଆନ୍ତି, ପ୍ରଥମେ କୃଷକ ମନ୍ଦିର ନିକଟରେ ପୂର୍ଜାଚ୍ଚନା କରିଥାନ୍ତି । ତେଣୁ ଆଗକୁ ଆସୁଛି ପବିତ୍ର ଅକ୍ଷୟ ତୃତୀୟା । ସେଥିପାଇଁ ଏବେଠାରୁ ସଜେଇ ହେଲେଣି କୃଷକ ଦେବତା । ଗ୍ରାମର ଲୋକମାନେ କୃଷକ ମନ୍ଦିରକୁ ରଙ୍ଗ ବେରଙ୍ଗରେ ସଜେଇବାରେ ଲାଗି ପଡିଛନ୍ତି । ମହାମାରୀ କରୋନା ଯୋଗୁଁ ଲୋକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଜୀବିକା ଅସ୍ତବ୍ୟସ୍ତ ହୋଇପଡିଛି । ତେଣୁ ଚଳିତବର୍ଷ ଭଲ ଫସଲ ଅମଳ ହେବା ଆଶାରେ କୃଷକ ମନ୍ଦିର ସାଜସଜ୍ଜା କରି ଏବେ ଠାରୁ ପୂର୍ଜାଚ୍ଚନା କରିବାକୁ ଲାଗିଲେଣି । କୃଷକ ଦେବତାଙ୍କ କୃପାରୁ ଚଳିତବର୍ଷ ଭଲ ଫସଲ ଅମଳ ହେବା ସହ ଆଗକୁ ଦେଶବାସୀଙ୍କ ପାଇଁ ଖାଦ୍ୟପେୟର ଅଭାବ ଦୂର କରିବା ପାଇଁ ଲାଗି ପଡିଛନ୍ତି ।

Leave A Reply

Your email address will not be published.

16 + 7 =

error: Content is protected !!