କଂଟାବାଂଜି ଏନଏସି ଦ୍ୱାରା ଅସହାୟ ବ୍ୟକ୍ତିଙ୍କୁ ରନ୍ଧା ଖାଦ୍ୟ ଏବଂ ବୁଲା ଗାଈ ଗୋରୁଙ୍କୁ କଂଚା ପନିପରିବା ବଂଟନ

କଂଟାବାଂଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ସାରା ଦେଶକୁ ଦୋହାଲାଇ ଦେଇଛି । ଏହି ପରିପ୍ରେକ୍ଷୀରେ ଓଡିଶା କାହିଁକି କଂଟାବାଂଜି ନଗର ପାଳିକା ମଧ୍ୟ ବାଦ ପଡିନାହିଁ । ଗତ ୫/୫/୨୦୨୧ତାରିଖ ଠାରୁ ସାରା ରାଜ୍ୟରେ ସପ୍ତାହନ୍ତ ଲକ୍‌ଡାଉନ ଏବଂ ସଟଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ଥିବା ବେଳେ ଅନେକ ଅସହାୟ ଗରୀବ ଲୋକମାନେ ତଥା ନିରୀହ ଜୀବଜନ୍ତୁ ଖାଦ୍ୟ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନଜରରେ ରଖି କଂଟାବାଂଜି ଏନଏସି ତରଫରୁ ଗତ ୭/୫/୨୦୨୧ ତାରିଖରୁ ସହରରେ ଥିବା ଅସହାୟ, ଗରୀବ ଜନସାଧାରଣଙ୍କୁ ରନ୍ଧା ଖାଦ୍ୟ ପଡା ପଡା ସାହି ସାହି ବୁଲି ବଂଟନ କରାଯାଉଛି । ସେହିପରି ବୁଲା ଗାଈ ଗୋରୁ ଏବଂ ଜୀବଜନ୍ତୁଙ୍କୁ ମଧ୍ୟ କଂଚା ପନିପରିବା ଦିଆଯାଉଛି । ଏହି କାର୍ଯ୍ୟରେ ଏନଏସିର ସମସ୍ତ କର୍ମଚାରୀ ସହଯୋଗ କରୁଥିବା ବେଳେ କେତେକ ସ୍ୱେଛାସେବୀ ସଂଗଠନ ମଧ୍ୟ ନିରନ୍ତର ସେବା ଯୋଗାଇ ଆସୁଛନ୍ତି ବୋଲି ଦାୟିତ୍ୱରେ ଥିବା ନୋଡାଲ ଅଫିସର ଚନ୍ଦ୍ରଶେଖର ଭୋଇ କହିଛନ୍ତି । ଆସନ୍ତା ୧୯/୫/୨୦୨୧ ସଟଡାଉନ ଯାଏଁ ଏପରି ସେବା ଯାରି ରହିବ ବୋଲି କହିଛନ୍ତି । ସେହିପରି ପୋଲିସ ପ୍ରଶାସନ ତରଫରୁ ମଧ୍ୟ ଏସଡିିପିଓ ସରୋଜ କୁମାର ମହାପାତ୍ର, ଥାନା ଆଇଆଇସି ସତ୍ୟଜିତ କନ୍ଦନକେଲଙ୍କ ନେତୃତ୍ୱରେ ସରକାରୀ ଡାକ୍ତରଖାନାରେ ଥିବା ଅନ୍ତେବାସୀ ଏବଂ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି । ଏପରିକି ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ୱେଛାସେବୀ ବ୍ୟକ୍ତି ବିଶେଷ ସହ ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ତଥା ବିଧାୟକ ପ୍ରାର୍ଥି ଅଜୟ ଦାଶଙ୍କ ନେତୃତ୍ୱରେ ମଧ୍ୟ ରନ୍ଧା ଖାଦ୍ୟ ବଂଟନ ଯାରି ରହିଛି ।

Leave A Reply

Your email address will not be published.

three + 17 =