ପାଟଣାଗଡ଼ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକଙ୍କୁ କୋଭିଡ ଟୀକା ପ୍ରଦାନ : ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଲେ ସାମ୍ବାଦିକ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ରାଜ୍ୟ ସରକାରଙ୍କ ଦ୍ଵାରା ପଞ୍ଜିକୃତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ସରକାର ସାମୁଖ୍ୟ କୋଭିଡ ଯୋଦ୍ଧା ଘୋଷଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗଙ୍କ ନିର୍ଦ୍ଦେଶନା କ୍ରମେ ଆଜି ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟ ରକ୍ତ ଭଣ୍ଡାର ପରିସରରେ ସାମ୍ବାଦିକମାନଙ୍କୁ କୋଭିଡ ଟୀକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଉପଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଉପଖଣ୍ଡ କାର୍ଯ୍ୟରତ ସାମ୍ବାଦିକମାନଙ୍କୁ ଟୀକା ପ୍ରଦାନ କରାଯାଇଛି । ଥାନାଧିକାରୀ ଜ୍ୟୋତ୍ସ୍ନାମୟ ଭୁକ୍ତା, ପାଟଣାଗଡ଼ ଡ଼ାକ୍ତରଖାନ ପିତବାସ ସା, ଡାକ୍ତର ସ୍ମିତାରାଣୀ ଶତପଥୀ, ମନୋଜ ଆଚାର୍ଯ୍ୟ, ଘନଶ୍ୟାମ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏଥିରେ ସମସ୍ତ ସାମ୍ବାଦିକମାନଙ୍କ ସୁବିଧାରେ ସାମାଜିକ ଦୂରତା ରଖି ଟୀକା ଗ୍ରହଣ କରିଛନ୍ତି । ପାଟଣାଗଡ଼ ଉପଖଣ୍ଡ ବରିଷ୍ଠ ସାମ୍ବାଦିକ ତଥା ସଂଘ ସଂପାଦକ ଲକ୍ଷ୍ମୀ କାନ୍ତ ମିଶ୍ର, ରାଜ୍ୟ ଓୟୁଜେ ବରିଷ୍ଠ ସଦସ୍ୟ ସଦାଶିବ ସରାଫ, ବଂଶୀଧର ସେଠ, ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ସଭାପତି କରୁଣାକର ବୁଡେକ, ସଂପାଦକ ବିମଳ କୁମାର ବାଗ, ଲଲିତ କୁମାର ମିଶ୍ର, ଦିପକ ଖମାରୀ, ସୁନିଲ୍ ଚୋପଦାର, ବିଜୟାନନ୍ଦ ଦାସ, ତାପସ ରଂଜନ ବେହେରା, ଜ୍ୟୋତି ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଟୀକା ନେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓୟୁଜେ ସଭାପତି ପ୍ରଶନ୍ନ ମହାନ୍ତିଙ୍କ ସହ ପାଟଣାଗଡ଼ ପ୍ରଶାସନ ଓ ସ୍‌ସ୍ୱାସ୍ଥ୍ୟ ବିଭାଗଙ୍କୁ ସାମ୍ବାଦିକ ମାନେ ସାଧୁବାଦ ଜଣାଇଛନ୍ତି । ଏହି ଅବସରରେ ସାମ୍ବାଦିକମାନଙ୍କ ଟୀକା ପ୍ରଦାନ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ କରିଥିବାରୁ ଫାର୍ମାସିଷ୍ଟ ଓ ଆରଆରଟି ମନୋଜ ଆଚାର୍ଯ୍ୟଙ୍କୁ ଉପଜିଲ୍ଲାପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.

19 + eighteen =

error: Content is protected !!