“କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ’ ତରଫରୁ ଅନଲାଇନ ନୂଆଁଖାଇ ଭେଟଘାଟ୍‌ ଓ କବିତା ଆସର

ଗାଇସିଲାଟ, (ଦିଲିପ କୁମାର ସରାପ) : କୋଶଲ ଭାରତୀ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ଆସର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଫିରୋଜ କୁମାର ପଟେଲ । ଦିଲିପ କୁମାର ସରାପଙ୍କ ସଂପାଦନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ବିଶ୍ୱ ବନ୍ଦିତା ପୁରୋହିତ । କବି ମାନସ କୁମାର ଷଡ଼ଙ୍ଗୀ କବିତା ସମୀକ୍ଷା ଦାୟିତ୍ୱ ସଂପାଦନ କରିଥିଲେ । କବିତା ପାଠ କରିଥିଲେ ଲୋକେଶ୍ୱର ପାଣ୍ଡେ, ଶିଶିର ପାଣିଗ୍ରାହୀ, ଅମିତ ରଣା, ବଲବନ୍ତ ସାହୁ, ପଦ୍ମନାଭ ମାଲି, ପ୍ରିୟଙ୍କା ପାଣ୍ଡେ, ରିଙ୍କୁ ମେହେର, ବିଶ୍ୱ ବନ୍ଦିତା ପୁରୋହିତ, ସବ୍ୟସାଚୀ ବିଶୋୟୀ, ବିବେକାନନ୍ଦ ପୁଟେଲ, ମାନସ, ଫିରୋଜ, ଦିଲ୍ଲିପ ଆଦି କବି ସମୂହ ।

Leave A Reply

Your email address will not be published.