jayashree

ରାଜ୍ୟ ସନ୍ତରଣ ପ୍ରତିଯୋଗିତାରେ ବଲାଙ୍ଗିର ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ : ୮ଟି ସ୍ୱର୍ଣ୍ଣ, ୧୧ଟି ରୌପ୍ୟ ଓ ୬ଟି ବ୍ରୋଞ୍ଚ ପଦକ ହାସଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସନ୍ତରଣ ସଂଘ ପକ୍ଷରୁ ୧୯ ଜଣ ପ୍ରତିଯୋଗୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସନ୍ତରଣଗାରରେ ଅନୁଷ୍ଠିତ ୬୬ତମ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଯୋଗଦେଇଥିଲେ । ପ୍ରତିଯୋଗିତାରେ ବଲାଙ୍ଗିର ଦୟାସାଗର କଠାର ତିନୋଟି ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ପଦକ ହାସଲ କରିଥିବା ବେଳେ ସୌରଭ ପୁଟେଲ ଚାରୋଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ସେହିପରି ସ୍ୱାଗତ ସେଠ ଗୋଟିଏ ସ୍ୱର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ, ସୋମନାଥ ପୁଟେଲ ଗୋଟିଏ ରୌପ୍ୟ ଏବଂ ଗୋଟିଏ କଂସ୍ୟ ପଦକ, ଆୟୁଷ ରଞ୍ଜନ ଭୁକ୍ତା ତିନୋଟି କଂଶ୍ୟ ପଦକ, ପ୍ରେମ ପ୍ରକେଶ ପ୍ରଧାନ ଦୁଇଟି ରୌପ୍ୟ ଏବଂଗୋଟିଏ କଂସ୍ୟ ପଦକ, ପ୍ରିୟାଂଶୁ ପ୍ରିତମ ପୁରୋହିତ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି । ଗ୍ରୁପ -୧ ରିଲେ ରେସରେ ତିନୋଟି ରୌପ ପଦକ ହାସଲ ଗ୍ରୁପ ୨ ରିଲେ ରେସରେ ଗୋଟିଏ ବ୍ରୋଞ୍ଚ ପଦକ ହାସଲ କରିଥିବା ଖେଳାଳି ମାନଙ୍କୁ ଆଜି ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ବିଜୟା ନନ୍ଦ ସେଠି ଫୁଲତୋଡ଼ା ଦେଇ ଉତ୍ସାହିତ କରିଥିଲେ । ଏନେଇ ଜିଲ୍ଲା ସନ୍ତରଣ ସଂଘ ସମ୍ପାଦକ ତଥା ରାଜ୍ୟ ସନ୍ତରଣ ସଂଘ ଉପ ସଭାପତି ସୁମିତ ରଞ୍ଜନ ପୁରୋହିତ, କୋଚ ନରେଶ ପ୍ରଧାନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.