
ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ସଦର ବ୍ଲକ୍ ଅନ୍ତର୍ଗତ ଶିବତଲା ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରେ ଥିବା ରାସ୍ତା ଉପରେ ଖାଲଖମା ହୋଇ ଯାଇଥିବାରୁ ସ୍କୁଲ ଛାତ୍ରଛାତ୍ରୀ ଏବଂ ସାଧାଣ ଜନତା ଯାତାୟାତ କରୁଥିବା ବେଳେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗାଡି କିମ୍ବା ସାଇକେଲ ଚଳାଇବା ବେଳେ ନିଜ ଦେହ ଉପରକୁ କାଦୁଅ ପାଣି ଛିଟିକି ଯାଉଛି ତ କେତେବେଳେ ଖାଲରେ ପଡି ଯାଉଛନ୍ତି । ମୁଖ୍ୟତଃ ବର୍ଷା ମାସରେ ଲୋକେ ଅସୁବିଧାର ସାମ୍ନା କରୁଥିବା ଦେଖିବାକୁ ମିଳୁଛି । ସ୍କୁଲର ଶିକ୍ଷକମାନେ ଓ କିଛି ଅଭିଭାବକ ସେଠାରେ କିଛି କାଠ ଓ କପଡା ଦେଇ ଅଧା ରାସ୍ତାକୁ ଅବରୋଧ କରିଛନ୍ତି । ଏଣୁ ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରି ରାସ୍ତା ମରାମତି ନକଲେ ଆଗକୁ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍କୁଲ ଗଲାବେଳେ ଆହୁରି ଅସୁବିଧାର ସମ୍ମୁଖୀନ ହେବେ । ଏଣୁ ତୁରନ୍ତ ଏହାର ମରାମତି କାମ ପାଇଁ ସାଧାରଣରେ ଦାବି ଉଠିଛି ।