ଡିସେମ୍ବର ୩୧ ଯାଏଁ ବଢ଼ିଲା ମଟର ଯାନ କାଗଜପତ୍ରର ବୈଧତା

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : କରୋନା ସଂକ୍ରମଣ ପରିସ୍ଥିତି ଯୋଗୁଁ ମଟର ଯାନ କାଗଜପତ୍ର ତଥା ଲାଇସନ୍ସର ବୈଧତା ଡିସେମ୍ବର ୩୧ ତାରିଖ ଯାଏ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ବଢ଼ାଇ ଦେଇଛନ୍ତି । ମଟର ଯାନ ଆଇନ ୧୯୮୮ ଏବଂ କେନ୍ଦ୍ରୀୟ ମଟର ଯାନ ନିୟମ ୧୯୮୯ ଅନ୍ତର୍ଗତ ଫିଟ୍‌ନେସ୍‌, ପର୍‌ମିଟ୍‌, ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟ୍ରେସନ୍‌ ଓ ଅନ୍ୟାନ୍ୟ କାଗଜପତ୍ରର ବୈଧତା ସମୟ ସୀମା ବଢ଼ିଛି । ସୂଚନା ଅନୁସାରେ ପୂର୍ବରୁ ମାର୍ଚ୍ଚ ୩୦ ଏବଂ ଜୁନ୍‌ ୯ ତାରିଖରେ କାଗଜପତ୍ରର ବୈଧତାକୁ ବୃଦ୍ଧି କରିବା ପ୍ରସଙ୍ଗରେ ସୂଚନା ଜାରି ହୋଇଥିଲା ।

Leave A Reply

Your email address will not be published.