ଶିଶୁ ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ କବିତା ଓ ଗଳ୍ପ ଆସର

ବଲାଙ୍ଗିର,(କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରୁ ପ୍ରକାଶିତ ଶିଶୁ କିଶୋର ସାହିତ୍ୟ ପତ୍ରିକା “ଟିକି କାଇଁଚ” ପକ୍ଷରୁ ଅନଲାଇନ୍ ମାଧ୍ୟମରେ ସୋମବାର ଶିଶୁ କବିତା ଓ ଗଳ୍ପ ଆସର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପତ୍ରିକାର ପ୍ରତିଷ୍ଠାତା ସଂପାଦକ ଗୋପୀନାଥ ଦଣ୍ତସେନାଙ୍କ ସଂଯୋଜନାରେ ଅନୁଷ୍ଠିତ ସାହିତ୍ୟ କାର୍ୟ୍ୟକ୍ରମରେ ଶିଶୁ ସାହିତ୍ୟିକ ସଂଗ୍ରାମ କେଶରୀ ପୃଷ୍ଟି (ଅନୁଗୁଲ), ପ୍ରଶାନ୍ତ ମଙ୍ଗରାଜ (ପୁରୀ), ମୀନକେତନ ବାରଲେବଡିଆ (ଭୁବନେଶ୍ବର) ଏବଂ ବଂଶୀଧର ମାଝୀ (ବୌଦ୍ଧ) ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ଓ ଗପ ପଠନ କରିଥିଲେ । ଏହି ଅବସରରେ ଶିଶୁ ପତ୍ରିକାର ସ୍ଥିତି, ଶବ୍ଦ ସଂଯୋଜନା ଓ ଉପସ୍ଥାପନା ଏବଂ ଶିଶୁ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଦିଗ ବିଷୟରେ ଆଲୋଚନା କରିଥିଲେ । କାର୍ୟ୍ୟକ୍ରମ ଶେଷରେ ପତ୍ରିକାର ମୁଖ୍ୟ ସଂପାଦକ ମୀନକେତନ ବାରଲେବଡିଆ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.