
କଣ୍ଟାବାଞ୍ଜି, (କେପିଏନ୍ଏସ୍) : ତୁରେକେଲା ବ୍ଲକ ଅନ୍ତର୍ଗତ ହିଆଲ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଜୁନିଅର ରେଡକ୍ରସ ପରାମର୍ଶ ଦାତା ତଥା ହିଆଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେହେରେନସିଲେଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଥିଲା । ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବିରଞ୍ଚି ନାରାୟଣ ଦାଶ, ସମ୍ମାନିତ ଅତିଥି ଭାବରେ ସାମାଜିକ କର୍ମୀ ରୋହନ ମହତ, ମୋହନ ସୁନା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଲେମରାଜ ମାଝୀ ଯୋଗ ଦେଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ପଣ୍ଡା ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷକ ଭୁରଷି ରଣା, ଅଶୀତ କୁମାର ପ୍ରଧାନ, ତୁଷାର କାନ୍ତ ବଡଜେନା ସହଯୋଗ କରିଥିଲେ । ସେହିପରି ପିଏମଶ୍ରୀ ଚଟୁଅନକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ପ୍ରତାପଚନ୍ଦ୍ର କୁଅଁରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସିଆରସିସି ତଥା ଜୁନିଅର ରେଡକ୍ରସ ପରାମର୍ଶ ଦାତା ବିରଞ୍ଚି ନାରାୟଣ ଦାଶ ଅତିଥି ଭାବରେ ଯୋଗ ଦେଇଥିଲେ । ବିଦ୍ୟାଳୟର ରେଡକ୍ରସ କାଉନସେଲର ସରୋଜ କୁମାର ବରିହା ଛାତ୍ରଛାତ୍ରୀ ମାନଙ୍କୁ ନେଇ କିପରି ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଏ । ଡେମୋ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଶିକ୍ଷୟିତ୍ରୀ ବୈଜୟନ୍ତି ପାଢୀ, ପୁଷ୍ପାଞ୍ଜଳି ମହାପାତ୍ର, ଶ୍ୱେତା ବାଗ, ତପସ୍ୱିନୀ ମାଝୀ, ମିନତୀ ମାଝୀ, ସୁଜାତା ଶବର, ସୁଶାନ୍ତ ରାଉତ, ପିଙ୍କୁ ନାଗ, ସୁରେଶ କୁମାର ବେହେରା ସହଯୋଗ କରିଥିଲେ ।