କୁଚିଣ୍ଡା : ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଥାନା କୁଇଲାରୀଯୋର ବିଭତ୍ସ ହତ୍ୟାକାଣ୍ଡ । ଗାଁର ଜଣେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ସୂଚନା ଯୋଗ୍ୟ ଯେ ମୃତକ ଗଜିନ୍ଦ୍ର କିଶାନ ତାମିଲନାଡୁ ଯାଇ ସେଠାରେ କାମ କରନ୍ତି । ତାଙ୍କର ୧୨ ବର୍ଷୀୟ ଝିଅ ହଷ୍ଟେଲରେ ରହି ପାଠ ପଢ଼ୁଥିବା ଘରେ ତାଙ୍କର ସ୍ତ୍ରୀ ଏକାକି ରୁହନ୍ତି । ତେବେ ଗତକାଲି ସେ ଏକ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ଗାଁକୁ ଆସିଥିଲେ । ହେଲେ ସୋମବାର ସକାଳୁ ଶୋଇଥିବା ଅବସ୍ଥାରେ ତାଙ୍କର ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ଦେହରେ ବିଭିନ୍ନ ସ୍ଥାନରେ କଟା ଦାଗ ରହିଥିବା ସହିତ ଗଳାରେ କଟା ଦାଗ ରହିଛି । ଏପର୍ଯ୍ୟନ୍ତ ହତ୍ୟାର କାରଣ ଜଣାପଡ଼ିନାହିଁ । ଖବର ପାଇ ଘଟଣା ସ୍ଥଳରେ କୁଚିଣ୍ଡା ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସନ୍ଦେହରେ ମୃତକ ଗଜିନ୍ଦ୍ର କିଶାନଙ୍କ ସ୍ତ୍ରୀ ଅଟକ ରଖିଛି ପୋଲିସ।