
ଟିଟିଲାଗଡ଼ : ଟିଟିଲାଗଡ଼ ରେଳ ଜଙ୍କସନ ଏକ୍ସପ୍ରେସ ଟ୍ରେନ ଟିକଟ ପାଇଁ ତତ୍କାଳ ଟିକଟରେ ହେରାଫେରି ଅଭିଯୋଗରେ ଜଣେ ଯୁବକଙ୍କୁ ଆରପିଏଫ ଅଟକ ରଖିଛି । ଅଟକ ଯୁବକ ଜଣକ ହେଲେ ଇମ୍ରାନ ଖାନ । ଏସି କୋଚ ପାଇ ସକାଳ ୧ଠ ଟା ସମୟରେ ଟିକଟ କାଉଣ୍ଟର ଖୋଲିଥାଏ । ଯାତ୍ରୀମାନଙ୍କୁ ରାଜ୍ୟ ବାହାରକୁ ଯିବା ହେଲେ ୫ ମାସ ପୂର୍ବରୁ ଟିକଟ କରିଥିଲେ ମଧ୍ୟ ୱେଟିଂ ରହିଥାଏ । ଜରୁରୀକାଳୀନ ହେଲେ ସେଥିପାଇଁ ଯାତ୍ରୀମାନେ ଟ୍ରେନ ଛାଡିବା ୨୪ ଘଣ୍ଟା ପୂର୍ବ ରାତ୍ରିରେ ୩ ଘଣ୍ଟା ସମୟରେ ଧାଡିରେ ଛିଡାହୋଇ ଥାନ୍ତି । ଏହାପରେ ୯ ଟା ୨ଠ ମିନିଟରେ ରେଳ କର୍ତ୍ତୃପକ୍ଷରୁ ଟିକଟ ଉପରେ ସିଲ ମୋହର ପଡ଼ିଥାଏ । ସେହି ସମୟରେ ଦଲାଲ ମାନେ ରେଳ କର୍ମଚାରୀମାନଙ୍କ ସହିତ ମସୁଧା କରି ଟିକଟ ହେରଫର କରିଥାନ୍ତି । ତତ୍କାଳ ଟିକଟ ଗୋଟିଏ ସ୍ଲିପରେ ୪ ଜଣକ ନାମ ଧ୍ୟାର୍ଯ୍ୟ ରହିଛି । ଦଲାଲମାନେ ଜଣକ ପ୍ରତି ୫ ଶହ ଟଙ୍କା ନେଉଥିବା ଅଭିଯୋଗ ହେଉଛି ।