csstore

ପିଇବା ପାଣି ଆସୁନଥିବା ଯୋଗୁଁ ହାଇସ୍କୁଲ ପଡ଼ା ବାସିନ୍ଦାଙ୍କ ପିଏଚ୍‌ଡି ଅଫିସରେ ଜୋରଦାର ପାଟିତୁଣ୍ଡ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୌରପରିଷଦ ଅନ୍ତର୍ଗତ ହାଇସ୍କୁଲ ପଡ଼ାର ମହିଳା ଓ ପୁରୁଷମାନେ ପିଏଚ୍‌ଡି ଅଫିସକୁ ଧସେଇ ପଶି ନିର୍ଦ୍ଧୁମ ଗର୍ଜିଛନ୍ତି । ଆମକୁ ନିୟମିତ ପାଣି କାହିଁକି ମିଳୁନି, ଆମେ ଖରା ଦିନେ ପିଇବା ପାଣି ପାଇବୁ କେଉଁଠୁ ? ଦୁଇ ଚାରି ଦିନରେ ଥରେ ପିଇବା ପାଣି ପାଇବୁ ତାହା ପୁଣି ଅଧ ଘଣ୍ଟାଏ ଲେଖା, ଜେଇକୁ ଡାକ, ଏସଡିଓଙ୍କୁ ଡାକ, ଆମେ କଥା ହେବୁ, କି ପ୍ରକାର ଜଳ ଯୋଗାଣ ହେଉଛି ଯେ ଆମକୁ ପାଣି ମିଳୁନି ବୋଲି କହିବା ସହ ଜୋରଦାର ପାଟିତୁଣ୍ଡ କରିବାର ଆଜି ସକାଳୁ ଦେଖିବାକୁ ମିଳିଛି । ତେବେ ଟିଟିଲାଗଡ଼ ସହରର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ସମୟରେ ପିଇବା ପାଣି ନ ଯୋଗାଇବା ଏକ ପ୍ରକାର ଜମଦଣ୍ଡ ସଙ୍ଗେ ସମାନ ହୋଇପଡ଼ିଛି । ପୂର୍ବରୁ କାହିଁକି ବିଭାଗ ତରଫରୁ ଏହାର ବ୍ୟବସ୍ଥା କରାଯାଉନାହିଁ ଯଦ୍ୱାରା ଏହିଭଳି ଅଶାନ୍ତି ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

jayashree
Leave A Reply

Your email address will not be published.