ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା ମଂଚରେ ଚିତ୍ତାକର୍ଷକ ଲଙ୍କାପୋଡ଼ି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ମଂଚସ୍ଥ ହୋଇଛି ଚିତ୍ତାକର୍ଷକ ଲଙ୍କାପୋଡ଼ି । ରାମଲୀଳା ନାଟକରେ ବୀର ହନୁମାନଙ୍କ ଦ୍ୱାରା ଲଙ୍କାପୋଡ଼ି ଦୃଶ୍ୟ ଦର୍ଶକଙ୍କୁ ବେଶ୍‌ ଆକୃଷ୍ଟ କରିଥାଏ । ଦେବୀ ସୀତାଙ୍କ ଠାବ ପରେ ବୀର ହନୁମାନ ଅଶୋକ ବନ ଭାଙ୍ଗିବା ପରେ ଲଙ୍କା ଦହନ ରାମାୟଣର ଏକ ମୁଖ୍ୟ ଅଂଶ । ହନୁମାନ ଭୂମିକାରେ ନିଖୁଣ ଅଭିନୟ କରିଛନ୍ତି ଘନଶ୍ୟାମ ସାଏ । ପବନପୁତ୍ର ହନୁମାନଙ୍କ ଭୂମିକାରେ ଅଭିନୟ କରି ଘନଶ୍ୟାମ ନିଜକୁ ଧନ୍ୟ ମଣନ୍ତି ବୋଲି ମତବ୍ୟକ୍ତ କରନ୍ତି । ଜଗନ୍ନାଥପଡ଼ା ରାମଲୀଳାର ଗୁରୁ ହେଉଛନ୍ତି ବାଳମୁକୁନ୍ଦ ବେହେରା । ତାଙ୍କ ଦିଗ୍‌ଦର୍ଶନରେ ରାମଲୀଳାରେ ଉଚ୍ଚକୋଟୀର ଅଭିନୟ କରୁଛନ୍ତି କଳାକାରମାନେ । ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ରାବଣ ଭୂମିକାରେ ଅଭିନୟ କରୁଛନ୍ତି ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ରୁଦ୍ର ନାରାୟଣ ପଟେଲ । ସେ ତାଙ୍କ ଅଭିନୟରେ ଦର୍ଶକମାନଙ୍କୁ ମୁଗ୍ଧ କରିବାରେ ଖୁବ୍‌ ସଫଳ ହୋଇଥିବା ଦର୍ଶକମାନେ ମତ ଦିଅନ୍ତି ।

Leave A Reply

Your email address will not be published.

20 + 16 =