ଶ୍ରମିକ ଦିବସରେ ମହିଳା ଦାଦନ ଶ୍ରମିକଙ୍କ ପ୍ରତିମୂର୍ତ୍ତି ଗଢ଼ିଲେ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ ଆଜି ପାଳିତ ହେଉଛି ଆନ୍ତର୍ଜାତୀୟ ଶ୍ରମିକ ଦିବସ । ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ଜିଲ୍ଲା ଭାବରେ ସାରା ବିଶ୍ୱରେ ଦୁର୍ନାମ ଅର୍ଜନ କରିଥିବା ବେଳେ ଶ୍ରମିକ ଦିବସ ଅବସରରେ ମହିଳା ଦାଦନ ଶ୍ରମିକଙ୍କ ପ୍ରତିମୂର୍ତ୍ତି ଗଢ଼ିଛନ୍ତି ପ୍ରସିଦ୍ଧ ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ସାହୁ । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରୁ ଲକ୍ଷ ଲକ୍ଷ ଦାଦନ ଶ୍ରମିକ ଇଟା ଗଢ଼ା କାମରେ ବାହାର ରାଜ୍ୟକୁ ଯାଉଥିବା ବେଳେ ଅନେକ କ୍ଷେତ୍ରରେ ନାନା ପ୍ରକାର ନିର୍ୟାତନାର ଶିକାର ହୋଇଥାନ୍ତି । ସରକାରଙ୍କ ମାଳ ମାଳ ଯୋଜନା ବି ବଲାଙ୍ଗିର ଜିଲ୍ଲାରୁ ଦାଦନ ସମସ୍ୟା ହଟାଇବାରେ ସକ୍ଷମ ହୋଇପାରିନାହିଁ । ଏହି ସମସ୍ୟାକୁ ହୃଦୟଙ୍ଗମ କରି ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ବାଲୁକା ଶିଳ୍ପୀ ଓମ୍‌ପ୍ରକାଶ ଜଣେ ମହିଳା ଶ୍ରମିକ ନିଜ ଛୁଆକୁ ଧରି ଇଟାଭାଟିରେ କାମ କରୁଥିବାର ଦୃଶ୍ୟକୁ ନିଜ ବାଲୁକା କଳାରେ ଜୀବନ୍ତ କରିଛନ୍ତି ।

Leave A Reply

Your email address will not be published.

three × 1 =