ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଜଣକ ମୃତ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କନଗାଁ ଗ୍ରାମରେ ମଙ୍ଗଳବାର ଅପରାହ୍ନ ସମୟରେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ ଗ୍ରାମର ଦୁର୍ଯ୍ୟୋଧନ ଦୀପ(୭୦) ମଙ୍ଗଳବାର ଅପରାହ୍ନ ସମୟରେ ଗ୍ରାମ ନିକଟସ୍ଥ ସୁକତେଲ ନଦୀକୁ ଗାଧୋଇବାକୁ ଯାଇଥିଲେ । ପରେ ଦୁର୍ଯ୍ୟୋଧନଙ୍କ ଶରୀର ଅଧପାଣିରେ ଭାସୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇଥିଲେ । ସେମାନଙ୍କ ମଧ୍ୟରୁ କେହିଜଣେ ପରିବାର ଲୋକଙ୍କୁ ଖବର କଲା ପରେ ଘଟଣା ସ୍ଥଳରେ ପରିବାର ଲୋକ ପହଞ୍ଚି ଶବକୁ ଉଦ୍ଧାର କରି ଖପ୍ରାଖୋଲ ପୋଲିସକୁ ଖବର କରିଥିଲେ । ଘଟଣାସ୍ଥଳକୁ ପୁଲିସ୍ ପହଞ୍ଚି ଶବକୁ ଜବତ କରି ଘଟଣାର ପାରିପାଶ୍ୱିର୍କ ତଦନ୍ତ ପରେ ଖପ୍ରାଖୋଲ ଥାନା ୟୁଡି କେସ୍‌ ନଂ ୪/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଖପ୍ରାଖୋଲ ଡାକ୍ତରଖାନାକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ରାତି ହୋଇଯାଇଥିବାରୁ ଶବ ବ୍ୟବଚ୍ଛେଦ ପାଇଁ ଡାକ୍ତର ମନାକରି ସକାଳୁ ବ୍ୟବଛେଦ ହେବ ବୋଲି କହିବାରୁ ରାତିସାରା ଡାକ୍ତରଖାନାରେ ଶବକୁ ଜଗି ରହିଥିଲେ ପରିବାର ଲୋକ । ଆଜି ମୃତକର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ଏନେଇ ଖପ୍ରାଖୋଲ ଥାନାଧିକାରୀ ନରେନ୍ଦ୍ର ଛତ୍ରଙ୍କୁ ପଚାରିବାରୁ ଘଟଣାର ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

twenty − 9 =