ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

ଦେଓଗାଁ, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହାୟକ – ଗ୍ରନ୍ଥାଗାରିକ ପ୍ରଦୀପ କୁମାର ମହାନ୍ତି ଚାକିରୀ ଅବଧି ପରିସମାପ୍ତି ପରେ ଅବସର ନେଉଥିବାରୁ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ସଭାରେ ସଭାପତି ତଥା ଅଧ୍ୟକ୍ଷ ବସନ୍ତ କୁମାର ମନହିରା ଶ୍ରୀ ମହାନ୍ତିଙ୍କ ନିଷ୍ଠାପର ସେବାକୁ ଭୂୟସୀ ପ୍ରସଂସା କରିଥିଲେ । ପ୍ରଧ୍ୟାପକ ଗୋବିନ୍ଦ ମେହେର, ଧୋବାର ଚରଣ ପଟେଲ ଏବଂ ଦୁର୍ବାଜଳ ଘିବେଲା ଶ୍ରୀ ମହାନ୍ତିଙ୍କ ଚାକିରୀ ଜୀବନର ଦିଗ ବିଷୟରେ ମତବ୍ୟକ୍ତ କରିଥିଲେ । ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କାରଯାଇଥିଲା । ସଭାରେ ଅଧ୍ୟାପିକା ଶୁଭଶ୍ରୀ ସାହୁ, ଅଧ୍ୟାପକ ମୁକେଶ କୁମାର ପଟ୍ଟନାୟକ, ପ୍ରଶାନ୍ତ କୁମାର ଥନାପତିଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

fifteen − 6 =