pakka

ଶ୍ରୀପଞ୍ଚମୀରେ ଯୋଗ ଶିବିର

bbehera

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ରେ ଶ୍ରୀପଞ୍ଚମୀ ଅବସରରେ ଆଜି ଚକରକେନ୍ ନିକଟସ୍ଥ ଶାନ୍ତି ତପୋବନ ଆଶ୍ରମରେ ଆର୍ଟ ଅଫ୍‌ ଲିଭିଂ ବରଗଡ ଶାଖା ତରଫରୁ ତିନିଦିନିଆ ଯୋଗ ଓ ପ୍ରାଣାୟାମ ଶିବିରର ଶୁଭାରମ୍ଭ ହୋଇଯାଇଛି । ଏହି ଶିବିରରେ ମାତୃଛାୟା ଓ ବାନପ୍ରସ୍ଥର ଅନ୍ତେବାସୀମାନେ ଯୋଗଦେଇ ଉତ୍ତମ ସ୍ୱାସ୍ଥ୍ୟ ଗଠନରେ ଯୋଗ ଓ ପ୍ରାଣାୟାମ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥିଲେ । ଆର୍ଟ ଅଫ୍‌ ଲିଭିଂର ପ୍ରଶିକ୍ଷିକା ମମତା ଅଗ୍ରୱାଲ ଓ ନିତୁ ଅଗ୍ରୱାଲ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶିବିରରେ ଆଶ୍ରମର ତତ୍ୱାବଧାରକ ଦେବଦତ୍ତ ତ୍ରିପାଠୀ, ମୁଖ୍ୟ ପରିଚାଳିକା ଲବଙ୍ଗ ସାହୁ, ପ୍ରଶିକ୍ଷଣ ସଂଧ୍ୟା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

10 + thirteen =