
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ସ୍ଥିତ ସିଦ୍ଧି ବିନାୟକ ମନ୍ଦିର ପରିସରରେ ସ୍ଵର୍ଗତ ଗଙ୍ଗାଧର ମେହେରଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଵର୍ଗତ ମେହେରଙ୍କ ୧୬୫ତମ ଜୟନ୍ତୀ ସହିତ ତାଙ୍କରି ଅନବଦ୍ୟ ସାହିତ୍ୟର ବିଭିନ୍ନ କାବ୍ୟ ଉପରେ ଉପସ୍ଥିତ ବକ୍ତାମାନେ ଅବତାରଣା କରିଥିଲେ । ତତ୍ ସଙ୍ଗେ ସଙ୍ଗେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରଯାଇଥିଲା । ଆୟୋଜିତ ଜୟନ୍ତୀ ସମାରୋହରେ ସାହିତ୍ୟ ସଂସଦର ଅଧ୍ୟକ୍ଷ ତୀର୍ଥ ରାଜ ଦଳପତି ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷାବିତ କୃପାସିନ୍ଧୁ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ଅଧ୍ୟାପକ ମାନସ ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇ କବିଙ୍କ ଗରିମାମୟ କାବ୍ୟ ମାନଙ୍କର ଉଲ୍ଲେଖ କରି ଓଡିଶା ସାହିତ୍ୟରେ ମେହେରଙ୍କ ଅବଦାନ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟନାରାୟଣ ଅଗ୍ରୱାଲ, ସିଦ୍ଧାର୍ଥ ମିଶ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରାଇଥିଲେ । ଶଙ୍କର ଦୟାଲ ସିଂ, ବିକାଶ ରଂଜନ ସାହୁ, ଅଞ୍ଜନ କୁମାର ସାହୁ, ସ୍ଵର୍ଣ୍ଣ ପ୍ରଭା ରଥ, ଲଳିତ ମୋହନ ନାଏକ, ରବୀନ୍ଦ୍ର ଖମାରୀ, ମୀନା କୁମାରୀ ମୁଣ୍ଡ, ବେଣୁଧର ମୁଣ୍ଡ, ଜଗଦୀଶ ବୈଠାରୁ, ପ୍ରାଣ ରଂଜନ ବେହେରା, କାଳୀ କିଙ୍କର ମିଶ୍ର, ରାଧା ମାଧବ ପଣ୍ଡା, ସମୀର କୁମାର ବେହେରା, ଗଙ୍ଗାଧର ମାଝୀ, ହରି କିଶନ ଜୈନ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଚିତ୍ତ ରଂଜନ ଦଳପତି ମଞ୍ଚ ପରିଚାଳନା କରିଥିବା ବେଳେ ଯଶୋଦା ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।