jayashree

କୁଡାସିଂହା ବୁଢ଼ାଡ଼ଙ୍ଗର କଲେଜରେ ଗଙ୍ଗାଧର ଜୟନ୍ତୀ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଡାସିଂହା ସ୍ଥିତ ବୁଢାଡ଼ଙ୍ଗର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ଵଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଛବିଳ ବଗର୍ତ୍ତୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନୀତି ବିଭାଗର ଅଧ୍ୟାପକ ଡ଼. କବିରାଜ ଭୋଇ ମୁଖ୍ୟ ଅତିଥି, ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାୟଗଡାର ଓଡ଼ିଆ ଅଧ୍ୟାପକ ପ୍ରଶାନ୍ତ ତ୍ରିପାଠୀ ମୁଖ୍ୟ ବକ୍ତା ଏବଂ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଅକ୍ଷୟ ଚୌଧୁରୀ, ପ୍ରାକ୍ତନ କିରାଣୀ ବଳଭଦ୍ର ବଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ । ଗଙ୍ଗାଧର ସାହିତ୍ୟରେ ସାମାଜିକ ବାର୍ତ୍ତା ତଥା ନାରୀ ମନସ୍ତତ୍ୱ ଉପରେ ମଂଚାସୀନ ଅତିଥିମାନେ ଆଲୋକପାତ କରିଥିଲେ । ବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ପ୍ରତିମା ହେର୍ଣ୍ଣାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ଇତିହାସ ଅଧ୍ୟାପକ ରେବତ ଜାଲ, ଅର୍ଥନୀତି ଅଧ୍ୟାପକ ନରେଶ ମିଶ୍ର, ରାଜନୀତି ବିଜ୍ଞାନ ଅଧ୍ୟାପକ ନିତ୍ୟାନନ୍ଦ ସିର୍ଦାର, ବାଣିଜ୍ୟ ଅଧ୍ୟାପିକା ଚିନ୍ମୟୀ ମିଶ୍ର, ଗଙ୍ଗାଧର ସାହୁ, ରମେଶ ସାହୁ, କରୁଣାକର ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବାଣିଜ୍ୟ ଅଧ୍ୟାପକ ବିଜୟ ମିଶ୍ର ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.