jayashree

ସାରସମାଲ ହାଇସ୍କୁଲରେ ଜାତୀୟ କ୍ରୀଡ଼ା ଦିବସ ପାଳନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ୍ ଅନ୍ତର୍ଗତ ସାରସମାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ହକି କିମ୍ବଦନ୍ତୀ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦଙ୍କ ସ୍ମୃତି ଓ ଜୟନ୍ତୀ ଅବସରରେ ଜାତୀୟ କ୍ରୀଡ଼ା ଦିବସ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆ ଜାତୀୟ କ୍ରୀଡ଼ା ଦିବସ ଶପଥ ପଥ କରାଇଥିଲେ । ଶିକ୍ଷକ ଅରବିନ୍ଦ ପ୍ରଧାନ, ଜ୍ୟୋତିଲାଲ ସାହୁ, ଜ୍ୟୋତ୍ସ୍ନା ଷାଣ୍ଢ, ପ୍ରଶାନ୍ତ ଗଡତ୍ୟା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.