ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୂର୍ବାହ୍ନରେ ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୪ତମ ଜୟନ୍ତୀ ଅରୁଣ ଖୁଆସଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ଏ ପାର୍ବଣରେ ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷମାନିଧି ଝାଙ୍କର ମୁଖ୍ୟ ଅତିଥି, କବି ରାଜୀବ ଲୋଚନ ଆଚାର୍ଯ୍ୟ ମୁଖ୍ୟବକ୍ତା ଓ ଉପଦେଷ୍ଟା ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଧିତ ଜନବଂଧୁ ପ୍ରଭାକର ରଥ ନିରବ ସାଧକ ସାଜି ନିଃସ୍ୱାର୍ଥପର ଭାବେ ରୋଗୀ, ଦୁଃଖି ଓ ବାଧିତ ଜନଙ୍କର ସେବା କାର୍ଯ୍ୟ କରିଥିଲେ । ଏପରି ସେବାରୁ ବିଶେଷ କରି ଯୁବପିଢି ପ୍ରେରଣା ପାଇବା ଉଚିତ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ସଭା ଆରମ୍ଭରେ କବି ରତ୍ନମୟ ତ୍ରିପାଠୀ ଅତିଥିମାନଙ୍କ ପରିଚୟ ଦେଇଥିବା ବେଳେ ସୁଜନୀ ଶୁଭଲକ୍ଷ୍ମୀ ବେଦ ପଠନ କରିଥିଲେ । ସଂପାଦକ ମଧୁ ସାହୁ ବିବରଣୀ ପଠନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଖୁସି ତାଣ୍ଡି ନୃତ୍ୟ ପରିବେଷଣ କରିଥିଲେ । ପ୍ରଭାକର ରଥ ମେଧାବୃତ୍ତି ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟର ୨ଜଣ ଛାତ୍ରୀ ଜ୍ୟୋତି ବାରିକ ଓ ରେଶ୍ମା ନାଏକଙ୍କୁ ପ୍ରଦାନ କରାଯାଇଥିଲା । ଏ ସମାରୋହରେ ପଶୁ ପକ୍ଷୀଙ୍କ ସେବା କରୁଥିବା ପଶୁ ପ୍ରେମୀ କାହ୍ନା ଶତପଥି ଓ ପତିତପାବନ ଏକାଡେମୀରୁ ଅବସର ନେଇଥିବା ଆଦର୍ଶ ଶିକ୍ଷକ ସିନୁ ସୁନ୍ଦର ପାଢୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ମହିଳାମାନଙ୍କ ମଧ୍ୟରେ ପୂର୍ବରୁ ହୋଇଯାଇଥିବା ପୁରାଣ ବକ୍ତୃତା ଓ ଭଜନ ପ୍ରତିଯୋଗିତାର କୃତି ପ୍ରତିଯୋଗିଙ୍କୁ ପୁରସ୍କୃତ କରାଯାଇଥିଲା । ଏହି ସଭାରେ ମଦନ ମୋହନ ରଥ ନିଃସ୍ୱାର୍ଥ ସେବା କରିବାକୁ ଯୁବପିଢିଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ପ୍ରଶାନ୍ତ ଷଡଙ୍ଗୀ, କେଶବ ଚନ୍ଦ୍ର ମିଶ୍ର, ଚୁଡେନ୍ଦ୍ର ବେହେରା, ଧିରେନ୍ଦ୍ର ନାରାୟଣ ସିଂହଦେଓ, ସୁନାଧର ବନଛୋର, ପ୍ରଦୀପ ପସାୟତ, ଡ. ପ୍ରେମଚାନ୍ଦ ମହାନ୍ତି, ମାଳତି ଉଦ୍ଗାତା, ସଂଯୁଲତା ମିଶ୍ର, କୁମୁଦିନୀ ପୃଷ୍ଟି, ଜ୍ୟୋତିରାଣୀ ମିଶ୍ର, ସରସ୍ୱତୀ ନନ୍ଦ, କମଳିନୀ ମିଶ୍ର, ଡା. ଅଶୋକ କୁମାର ସେଠୀ, ହୃଷିକେଶ ପୁରୋହିତ ଓ କପିଳ ପତି । ଶେଷରେ କସ୍ତୁରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।