csstore

୫ ଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ତା ଗ୍ରାମରୁ ୪ କିମି ଦୂର ପାହାଡ ଉପରେ ପାଞ୍ଚଦିନ ଧରି ଚାଲିଥିବା ମଣ୍ତୋଖୋଲ ଯାତ୍ରା ଉଦ୍‌ଯାପିତ ହୋଇଯାଇଛି । ଦୀର୍ଘ ବର୍ଷ ଧରି ମଣ୍ତୋଖୋଲ ପାହାଡ ଉପରେ ପୂଜକ ସୌକିଲାଲ ବରିହାଙ୍କ ମାର୍ଗଦର୍ଶନରେ ଏହି ଯାତ୍ରା ଅନୁଷ୍ଠିତ ହୋଇ ଆସୁଅଛି । ଚଳିତ ବର୍ଷ ପାହାଡ ଉପରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସହ ଯାତ୍ରା ସଂପନ୍ନ ହୋଇଛି । ଏହି ପାହାଡର ବିଭିନ୍ନ ପାଖରେ ଅନେକ ଗୁମ୍ଫା ଥିବା ବେଳେ ଶହ ଶହ ବର୍ଷ ଧରି ୠଷିମୁନିମାନେ ଏଠାରେ ତପସ୍ୟା କରୁଥିବାର ଲୋକଙ୍କ ବିଶ୍ୱାସ ରହିଛି । ‘ବାଘ ଖୋଲ’ ଗୁମ୍ଫା କେତେ ଲମ୍ବା ଅଛି ତାର ଆକଳନ ଏ ପର୍ଯ୍ୟନ୍ତ କରାଯାଇ ପାରୁ ନାହିଁ ବୋଲି ଗ୍ରାମବାସୀ କହନ୍ତି । ଯାତ୍ରାରେ ଅନ୍ତିମ ଦିବସରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ଏଥିରେ ସାମିଲ ହୋଇଥିଲେ । ଯାତ୍ରାକୁ ସୁପରିଚାଳନା କରିବା ପାଇଁ ବୁକୁରାମୁଣ୍ତା ସରପଞ୍ଚ ଶ୍ରୀମତୀ ଅନିତା ଭୋଇ, ପୂର୍ବତନ ସରପଞ୍ଚ ଶ୍ରୀମତୀ ସଙ୍ଗୀତା ସେଠ, ମଦନ ବରିହା, ଖିତି ନାୟକ, ରାଜେନ୍ଦ୍ର ବରିହା, ପରମାନନ୍ଦ ସାହୁ, ମଧୁ ସୁଦନ ମାଝୀ, ଲିଙ୍ଗରାଜ ପ୍ରଧାନ, ରଣଜିତ ଭୋଇ, ଭୀଷ୍ମଦେବ ପ୍ରଧାନ, ବିନୋଦ ସେଠ ପ୍ରମୁଖ ଭୂମିକା ନେଇଥିଲେ ।

jayashree
Leave A Reply

Your email address will not be published.