
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ପକ୍ଷରୁ ୱାର୍ଡ ନମ୍ବର ୫ ଓ ୬ରେ ଆଜି ସକାଳେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସେହି ୱାର୍ଡର ବାସିନ୍ଦାମାନେ ନିଜ ନିଜର ଅସୁବିଧା ବିଷୟରେ ଆଲୋକପାତ କରିବା ସହ ପୂର୍ବରୁ କରାଯାଉଥିବା କାର୍ଯ୍ୟରେ ଖୁସି ଓ ସନ୍ତୋଷ ଥିବା ଜଣାପଡିଛି । ସେଠାକାର ବାସିନ୍ଦାଙ୍କ କହିବାନୁଯାୟୀ ଦୀର୍ଘ ବର୍ଷ ଧରି ଅନୁଦୃଷ୍ଟ ଥିବା ସମସ୍ୟାମାନଙ୍କୁ ଆଜି ସମାଧାନର ମାର୍ଗ ମିଳିଛି । ବିଶେଷ କରି ରାସ୍ତା, ଡ୍ରେନ ଓ ପରିବେଶ ସୁନ୍ଦରୀକରଣ କାମ ସୂଚାରୁ ଭାବେ ସମ୍ପନ୍ନ ହେବାରୁ ସେମାନେ ଖୁସିବ୍ୟକ୍ତ କରିଥିଲେ । ଏହିପରି ଜଣଶୁଣାଣି କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ବିଶ୍ୱାସ ଓ ସମ୍ପର୍କ ଆହୁରି ଦୃଢ଼ ହେଉଛି । ଏହି ଅବସରରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ସେବା ଓ ସମର୍ପଣ ହେଉଛି ଆମର ପରିଚୟ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏହି ଶିବିରରେ ପୌରପରିଷଦର ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।