ନିଷ୍ଠା ପରିବାର ତରଫରୁ ଗ୍ରାମାଞ୍ଚଳରେ ଜନସଚେତନତା

ବରଗଡ, (ନିରୋଜ କୁମାର ପାଣୀ) : ସାରା ଦେଶ ଆଜି କରୋନାର ଦ୍ବିତୀୟ ଲହରରେ କବଳିତ । ଏବେ ସଚେତନତାର ଅଭାବ ଯୋଗୁଁ ଗ୍ରାମାଞ୍ଚଳ ରେ କରୋନା ବ୍ୟାପିବାରେ ଲାଗିଛି । ତେଣୁ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ନିଷ୍ଠା ପରିବାର ତରଫରୁ ଆଜି ସକାଳ ୯ଟାରେ ଦ୍ବିତୀୟ ପର୍ୟାୟ କରୋନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଆଜି ନିଷ୍ଠା ପରିବାର ତରଫରୁ ତୃତୀୟ ପର୍ୟାୟରେ ପଥର୍ଲା, ଗୋବିନ୍ଦପୁର, ଚକରକେନ୍ଦ, କଲଂଗାପାଲି, ସସ୍ତୁ ପାଲି, ସାହାଜ ବାହାଲ, ପୋଡ ମୁଡା ଗାଁକୁ ଯାଇ କରୋନା ସଚେତନତା କାର୍ଯ୍ୟକ୍ରମ କରିଥିଲା ଟିମ୍ ନିଷ୍ଠା । ଗାଁକୁ ଗାଁ ଯାଇ ଲିଫଲେଡ ଓ ମାସ୍କ ବାଣ୍ଟି ଲୋକଙ୍କୁ ସଚେତନତାର ବାର୍ତ୍ତା ଦିଆଯାଇଥିଲା । କୌଣସି ପ୍ରକାରର କରୋନା ଲକ୍ଷଣ ଦେଖାଦେଲେ ଅବହେଳା ନ ହୋଇ କରୋନା ପରୀକ୍ଷଣ କରିବା, ମାସ୍କ ପିନ୍ଧିବା, ଅଯଥାରେ ଭିଡ ନକରିବା, ତାସ ଖେଳରୁ ନିବୃତ ରହିବା, ରୋଗୀଙ୍କୁ ଘୃଣା ନ କରିବା ଓ ଅନ୍ୟାନ୍ୟ ବିଷୟରେ ସଚେତନ କରିବା ସହ ଟୀକା ନେବା ପାଇଁ ଲୋକଙ୍କୁ ସୁଚନା ଦେଇଥିଲୁ । ତା ସହ ବରଗଡ ମୁଖ୍ୟ ଚିକିତ୍ସାଳୟରେ ଚାଲିଥିବା ଆମ ନିଷ୍ଠା ପରିବାରର ଦିବା ରାତ୍ର ସେବାର ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ପାଇଁ ସମସ୍ତଙ୍କୁ ଅବଗତ କରିଥିଲୁ । ଏହି କାର୍ଯ୍ୟକ୍ରମରେ ଗୋବିନ୍ଦପୁର ଗ୍ରା:ପର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ନାଏକ, ପଥର୍ଲା ସରପଞ୍ଚ ପୁରନ୍ଦର ସେଟ, ଚକରକେନ୍ଦ ସରପଞ୍ଚ ରାଜିନ ପ୍ରଧାନ ଏବଂ ପ୍ରତ୍ୟେକ ଗ୍ରାମର ଆଶା ଓ ଅଙ୍ଗନବାଡି କର୍ମୀ ସହଯୋଗ କରିଥିଲେ । ନିଷ୍ଠାର ସଂପାଦକ ଅଶ୍ବିନୀ ତ୍ରିପାଠୀ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁଙ୍କ ସମେତ ଅନ୍ୟ ସଦସ୍ୟ ମାନେ ସକ୍ରିୟ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.

three × 1 =

error: Content is protected !!