ବଲାଙ୍ଗିର ଜିଲ୍ଲାରୁ ଆଜି ୧୧୯ ଆକ୍ରାନ୍ତ ଚିହ୍ନଟ : ୧୫୫ ସୁସ୍ଥ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୧୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୫ ଜଣ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରୁ ଜଣା ପଡିଛି । ତୁରେକେଲା ବ୍ଲକ ହିଆଲ ଗ୍ରାମପଂଚାୟତରୁ ହଠାତ ୨୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ଆଗଲପୁର ବ୍ଲକରୁ ୩ଜଣ, ବଲାଙ୍ଗିର ବ୍ଲକରୁ ୭ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୨ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୨ଜଣ, ଦେଓଗାଁ ବ୍ଲକରୁ ୧୩ଜଣ, ଗୁଡଭେଲା ବ୍ଲକରୁ ୧୨ଜଣ, କଣ୍ଟାବାଞ୍ଜି ସହରାଞ୍ଚଳରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୧୦ଜଣ, ଲୋଇସିଂହା ବ୍ଲକରୁ ୨ଜଣ, ମୁରିବାହାଲ ବ୍ଲକରୁ ୩ଜଣ, ପଟଣାଗଡ ଗ୍ରାମାଞ୍ଚଳରୁ ୩ଜଣ, ପୁଇଁନ୍ତଳା ବ୍ଲକରୁ ୯ଜଣ, ସଇଁନ୍ତଳା ବ୍ଲକରୁ ୧୦ଜଣ, ଟିଟିଲାଗଡ ସହରାଞ୍ଚଳରୁ ୨ଜଣ, ତୁରେକେଲା ବ୍ଲକରୁ ୨୬ଜଣ ଓ ତୁଷୁରା ବ୍ଲକରୁ ୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୧୫୨୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୦୩୩୫ ଜଣ ସୁସ୍ଥ ହୋଇଥିବା ବେଳେ ୧୧୩୧ ଜଣ ସକ୍ରିୟ ଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

one × 1 =

error: Content is protected !!