ଜାଳିଦେଲେ ତହସିଲ ଅଫିସ : ଜଳିଗଲା କାଗଜପତ୍ର ସହ ଆସବାବପତ୍ର

ସମ୍ବଲପୁର (ଦାମୋଦର ପଣ୍ଡା) : ସମ୍ବଲପୁର ଜିଲ୍ଲା ରେଙ୍ଗାଲି ତହସିଲ ଅଫିସରେ ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡରେ ସମସ୍ତ କାଗଜପତ୍ର ସହ ଆସବାବପତ୍ର ପୋଡ଼ି ଯାଇଥିବା ଖବର ମିଳିଛି । ତେବେ ନିଆଁ ଲଗାଇଥିବା ଅଭିଯୋଗରେ ଜଣେ ଯୁବକକୁ ଅଟକ ରଖି ପଚରାଉଚରା କରାଯାଉଥିବା କୁହାଯାଇଛି । ରେଙ୍ଗାଲି ଅଗ୍ନିଶମ କର୍ମଚାରୀ ତୁର‌ନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଅଗ୍ନିକାଣ୍ଡରେ ତହସିଲ କାର୍ୟ୍ୟାଳୟର ବହୁ ଆସବାବପତ୍ର ଜଳି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଜଣେ ଯୁବକ ନିଆଁ ଲଗାଇ ଦେଇଥିବା ଖବର ପାଇଛୁ ବୋଲି କହିଛନ୍ତି ରେଙ୍ଗାଲି ତହସିଲଦାର କହିଥିବା ବେଳେ କ’ଣ ପାଇଁ ଏଭଳି କାଣ୍ଡ ଘଟାଇଲା ଯୁବକ ଜଣକ, ସେ ସମ୍ପର୍କରେ କିଛି ଜଣାପଡ଼ି ନ ଥିବା ତହସିଲଦାର କହିଛନ୍ତି ।

Leave A Reply

Your email address will not be published.