pakka

ଜଳିଗଲା ୧୨ ପରିବାରର ୨୦ ବଖରା

bbehera

ଭଞ୍ଜନଗର/ସୋରଡ଼ା : ରବିବାର ପୃଥକ୍ ଅଗ୍ନିକାଣ୍ଡରେ ୧୨ ପରିବାରର ୨୦ ବଖରା ସଂପୂର୍ଣ୍ଣ ଜଳି ଯାଇଛି । ଏହି ଉପଖଣ୍ଡର ସୋରଡା ତହସିଲ ଅନ୍ତର୍ଗତ ବ୍ରାହ୍ମଣ ଦେଇ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଗ୍ରାମର ୧୦ ପରିବାରର ୧୬ ବଖରା ଘର ପୋଡି ଯାଇଛି । ଭଞ୍ଜନଗର ତହସିଲ ଅନ୍ତର୍ଗତ ହରିଗବ ପଞ୍ଚାୟତର ଶାନ୍ତି ନଗରରେ ଅଗ୍ନିକାଣ୍ଡ ଘଟି ୨ଟି ପରିବାରର ୪ବଖରା ଘର ପୋଡିଜଳି ପାଉଁଶ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣଦେଇ ଗ୍ରାମରେ ୧୦ ଟି ପରିବାରର ୧୬ରୁ ଅଧିକ ବଖରା ଜଳିଯାଇଛି । ବହୁତ ଜିନିଷ ପତ୍ର ପୋଡି ନଷ୍ଟ ମଧ୍ୟ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କେହି ମଧ୍ୟ ମୃତାହତ ହୋଇ ନାହାନ୍ତି । ସୋରଡ଼ା ଅଗ୍ନିଶମ ବିଭାଗ ଓ ପୋଲିସ ଘଟଣା ସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିବା ସହ ଅଗ୍ନି ବିପନ୍ନଙ୍କୁ ଗ୍ରାମର ସୁରକ୍ଷିତ ସ୍ଥାନରେ ରଖିଛନ୍ତି ।

jay balangir
Leave A Reply

Your email address will not be published.

five × two =

error: Content is protected !!