pakka

ଗାଈକୁ ଧକ୍କା ଦେଇ ୨ ବାଇକ୍ ଆରୋହୀ ମୃତ

bbehera

ବୋରିଗୁମ୍ମା : ବୋରିଗୁମ୍ମା ପର୍ଲି ନିକଟରେ ଗାଈକୁ ଧକ୍କା ଦେଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଲେ ପ୍ରଫୁଲ୍ଲ ରନ୍ଧାରୀ (୨୨) ଓ ପଙ୍କଜ ଅମନାତ୍ୟା (୨୪) । ସୂଚନା ଅନୁଯାୟୀ ରବିବାର ସନ୍ଧ୍ୟା ସମୟରେ ପର୍ଲି ଅଞ୍ଚଳର ପ୍ରଫୁଲ୍ଲ ରନ୍ଧାରୀ ଓ ପଙ୍କଜ ଅମନାତ୍ୟା ଏକ ବାଇକ ଯୋଗେ ବୋରିଗୁମ୍ମା ଅଭିମୁଖେ ଆସୁଥିଲେ । କିଛି ଲୋକେ ଗାଈ ଗୋରୁ ନେଉଥିବା ବେଳେ ହଠାତ ଗାଈକୁ ବାଇକ ଧକ୍କା ଦେଇଥିଲା ଫଳରେ ଦୁଇ ବାଇକ ଆରୋହୀ ଛିଟିକି ପଡ଼ିଥିଲେ ।ଗ୍ରାମବାସୀ ଦୁଇ ଜଣଙ୍କୁ ଉଦ୍ଧାର କରି ବୋରିଗୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛି ।

jay balangir
Leave A Reply

Your email address will not be published.

one × 3 =