pakka

ଭାଷା, ସଂସ୍କୃତିର ଅଧ୍ୟୟନ ପାଇଁ ପଦଯାତ୍ରା : ଉତ୍ତରପ୍ରଦେଶରୁ ବାହାରି କଳାହାଣ୍ଡିରେ ପହଞ୍ଚିଲେ ଯୁବକ

bbehera

କୋକସରା : ଉତ୍ତରପ୍ରଦେଶର ଯୁବକ ରୋଭିଂ ସନୋଜଙ୍କ ନିଆରା ଉଦ୍ୟମ । ଦେଶର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ଲୋକଙ୍କ ପରମ୍ପରା, ସଂସ୍କୃତି, ଭାଷା ଅଧ୍ୟୟନ କରିବାକୁ ଉତ୍ତରପ୍ରଦେଶ ଗୋରେଖପୁର କୁଶୀନାଗରରୁ ଅକ୍ଟୋବର ୨୧ରୁ ପଦଯାତ୍ରାରେ ବାହାରିଥିଲେ । ନାଗାଲାଣ୍ଡ, ଆସାମ, ବିହାର, ଝାଡ଼ଖଣ୍ଡ ପଶ୍ଚିମବଙ୍ଗ ଦେଇ ଓଡ଼ିଶାରେ ପହଞ୍ଚି ଥିବା ବେଳେ ରବିବାର କଳାହାଣ୍ଡି ଜିଲ୍ଲାର କୋକସରା ବ୍ଲକରେ ପହଞ୍ଚି ଥିଲେ । ପରେ ସ୍ଥାନୀୟ ସରପଞ୍ଚ କିଶୋର ପ୍ରଧାନୀ, ଶିକ୍ଷକ ମାରଗୁଣିଆ ନାଗ, ନରେନ୍ଦ୍ର ନାଏକ, ଯୁଧିଷ୍ଠିର ପାତ୍ର, ବିଶ୍ୱନାଥ ପଟ୍ଟନାୟକ ପ୍ରମୁଖ ତାଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ମଧ୍ୟରେ ସେ ପାଖାପାଖି ୩୬୨୦ କିଲୋମିଟର ପଦଯାତ୍ରା କରି ସାରିଛନ୍ତି । ଯୁବକ ହରିୟାଣା ୟୁନିଭରସିଟିରେ ପଳିମାର ଇଞ୍ଜିନିୟର ପାଠ ପଢିବା ପରେ ଭାରତର ଭାଷା ଓ ସଂସ୍କୃତି ଓ ପରମ୍ପରାକୁ ନେଇ ଏକ ପୁସ୍ତକ ଲେଖୁଥିବା କହିଛନ୍ତି । ଆଗକୁ ସେ ନବରଙ୍ଗପୁର, କୋରାପୁଟ ଦେଇ ଛତିଶଗଡ଼, ଆନ୍ଧ୍ରପ୍ରଦେଶ ତେଲେଙ୍ଗାନା ହୋଇ ଅନ୍ୟ ରାଜ୍ୟ ପଦଯାତ୍ରା କରିବା କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ।

jay balangir
Leave A Reply

Your email address will not be published.

three × 4 =

error: Content is protected !!