pakka

ଗଛକୁ ପିଟିଲା ବାଇକ : ୩ ଗୁରୁତର

bbehera

ଢେଙ୍କାନାଳ, (କେପିଏନ୍‌ଏସ୍‌) : ଡଙ୍ଗାପାଳ ଛକ ପୁର୍ବରୁ ଏକ ଶାଳ ଗଛରେ ବାଇକ ପିଟି ହୋଇ ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ୩ ଜଣ ହେଲେ କଙ୍କଡାହାଡ ଥାନା ଡଙ୍ଗାପାଳ ଗ୍ରାମର କିର୍ତିରାଜ ପାତ୍ର, ଜୟପାଲ ମୁଣ୍ଡା ଓ ଡିହଯୋଡି ସାହିର କୃପାସିନ୍ଧୁ ପାତ୍ର । ଏକ ବାଇକ ଯୋଗେ ୩ ଜଣ କାମାକ୍ଷାନଗରରୁ କାମସାରି ନିଜ ଗ୍ରାମ ଡଙ୍ଗାପାଳକୁ ଫେରୁଥିଲେ । ଫେରିବା ବେଳେ ଡଙ୍ଗାପାଳ ଛକ ପୂର୍ବରୁ ଏକ ଶାଳ ଗଛରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ତିନି ଜଣଯାକ ଗୁରତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ଅଗ୍ନିଶମ ବାହିନୀ ଦ୍ୱାରା କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରିଥିଲେ । ସମସ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ତାଙ୍କୁ ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।

jay balangir
Leave A Reply

Your email address will not be published.

fourteen + eight =

error: Content is protected !!