pakka

ଜଗନ୍ନାଥ ଦେବ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ମଣ୍ଡଳ ହାଇସ୍କୁଲ ଖେଳ ପଡିଆ ଠାରେ ଜଗନ୍ନାଥ ଦେବ କ୍ଲବ ମଣ୍ଡଳର ୧୦ ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚ୍‌ଟିକୁ ମୁଖ୍ୟ ଅତିଥି ବଳଦେବ ଠାକୁର ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନଟବର ମହାନନ୍ଦ ଯୋଗ ଦେଇଥିଲେ । ପ୍ରଥମ ରାଉଣ୍ଡ କଲଚିକଛା ବନାମ ଟିକରାପଡ଼ା ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । କେହି କାହାରିକୁ ଗୋଲ ସ୍କୋର କରିନଥିବା ବେଳେ ପେନାଲିଟିର ସହାୟତା ନିଆଯାଇଥିଲ। ଏହି ପେନାଲିଟିରେ ଟିକରାପଡ଼ା ବିଜୟ ହୋଇଥିଲା । ଦ୍ଵିତୀୟ ମ୍ୟାଚଟି କଣ୍ଟାବାଞ୍ଜି ବନାମ୍ ନକଟାସର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ମ୍ୟାଚରେ ନକଟାସର ଫୁଟବଲ ଟିମ କଣ୍ଟାବାଞ୍ଜି ଫୁଟ ବଲ ଟିମକୁ ୨ଟି ଗୋଲସ୍କୋର କରି ବିଜୟ ହୋଇଥିଲା । ଆଜିର ଖେଳ ଟିକୁ ଆଶିର୍ବାଦ ସାହା ପରିଚାଳନା କରିଥିବା ବେଳେ ପ୍ରତାପ ଭୁକ୍ତା ଓ ଅଶ୍ୱନୀ ଭୁକ୍ତା ଲାଇନରେ ସହଯୋଗ କରିଥିବା ବେଳେ ବୁଲୁ ବଗର୍ତ୍ତୀ, ରଥାଙ୍ଗ ପାଢି, ଧାରା ବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସଭାପତି ବସନ୍ତ ନାଏକ ଓ ଉପସଭାପତି ପ୍ରତ୍ୟୁଷ ଖମାରି ଥିବା ବେଳେ ସମସ୍ତ୍ ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 + eleven =