୬ ପେଷାଦାର ଜୁଆଡି ଗିରଫ ସହ ନଗଦ ଟଙ୍କା ଜବତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଥାନା ଭଇଁଷା ଗ୍ରାମର ୬ ଜଣ ପେଷାଦାର ଜୁଆଡିଙ୍କୁ ପୁଲିସ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ୧୨ ଶହ ଟଙ୍କା ଓ ଦୁଇଟି ମୋବାଇଲ ସହ ଏକ ପ୍ୟାକେଟ୍ ତାସ ଜବତ କରିଥିବା ଜଣାପଡିଛି । ଗିରଫ ଜୁଆଡିମାନେ ହେଲେ ଭଇଁଷା ଗ୍ରାମର ଅଜୟ ତୁମୁନିଆ, ଗୋବିନ୍ଦ ବିସୋଇ, ନରେନ୍ଦ୍ର ଷାଣ୍ଢ, ପଦ୍ମଲୋଚନ ନାଗ, ଜୟକୁମାର ବର୍ଗତ୍ତି ଓ ବାଳାନ୍ଦ ଜୁଏଡ ବୋଲି ଜଣାପଡିଛି । ସୂଚନା ଅନୁସାରେ, ଏହି ୬ ଜଣ ଜୁଆଡି ଦୀର୍ଘଦିନରୁ ବିଭିନ୍ନ ପ୍ରକାରର ଜୁଆଖେଳ ମାନ ଖେଳିଆସୁଥିଲେ । ଗତକାଲି ଭଇିଁଷା ସ୍ଥିତ ଦେଶି ମଦଭାଟିର ଅନତି ଦୂରରେ ଜୁଆ ଖେଳୁଥିଲେ । ବିଶ୍ଵସ୍ତ ସୂତ୍ରରୁ ଖବର ପାଇଁ ପୁଲିସ ଅର୍ତକିତ ଭାବରେ ଚଢ଼ାଉ କରିଥିଲା । ଚଢ଼ାଉରେ ପୁଲିସ ଏହି ୬ ଜଣ ଜୁଆଡିଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଅନ୍ୟ ସହଯୋଗୀମାନେ ମୌକା ଦେଖି ଫେରାର ମାରିଥିଲେ । ଏହାପରେ ପୁଲିସ ସେମାନଙ୍କୁ ଥାନାକୁ ଆଣି ସେମାନଙ୍କ ନାମରେ ଥାନା କେଶ ନଂ୧୯୩/୨୨ ଧାରା ୩ଓଜିରେ ଏକ ମାମଲା ରୁଜୁ କରି ବ୍ୟକ୍ତିଗତ ମୁଚଲିକାରେ ଗିରଫ ୬ ଜଣ ଜୁଆଡିମାନଙ୍କୁ ଛାଡିଦେଇଥିବା ଥାନା ଅଧିକାରୀ ଅନନ୍ତ ପ୍ରଧାନ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

error: Content is protected !!