pakka

ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ୬୦ ଲିଟର ଦେଶୀ ରନ୍ଧାମଦ ଜବତ ସହ ୫୦ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ : ୧ ଅଟକ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଅବକାରୀ ବିଭାଗ ଦ୍ୱାରା ଗୁଦୁରାମୁଣ୍ଡା ଗାଁରେ ଚଢ଼ାଉ କରି ୬୦ ଲିଟର ଦେଶୀମଦ ଜବତ କରିବା ସହ ଘଟଣାସ୍ଥଳରୁ ଜଣେ ଅଭିଯୁକ୍ତକୁ ଆଣି ଅଟକ ରଖିଥିବା ଜଣାପଡ଼ିଛି । ଏହା ସହ ଘଟଣାସ୍ଥଳରେ ୫୦ କ୍ୱିଣ୍ଟାଲ ଦେଶୀ ମହୁଲ ପୋଚକୁ ନଷ୍ଟ କରିଥିବା ସହ ମଦରନ୍ଧା ସାମଗ୍ରୀ ଜବତ କରିଥିବା ଅବକାରୀ ଅଧିକାରୀ ବିଶ୍ଵନାଥ ପରିଡ଼ା ସୂଚନା ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସଇଁତଲା ବ୍ଲକ ଜୁରାବନ୍ଧ ପଞ୍ଚାୟତ ଗୁଦୁରାମୁଣ୍ଡା ଗାଁର କରୁଣାକର ମିର୍ଦ୍ଧା(୬୦) ଦୀର୍ଘ ୩ ବର୍ଷ ଧରି ନିଜ କ୍ଷେତରେ ବେଆଇନ ଭାବରେ ଦେଶୀମଦ ରାନ୍ଧୁଥିବା ନେଇ ଅବକାରୀ ବିଭାଗ କୌଣସି ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରି ଜଣେ ଅଭିଯୁକ୍ତକୁ ଅଟକ ରଖିଥିବା ଜଣାପଡ଼ିଛି । ଏହି ଚଢାଉରେ ପାଟଣାଗଡ଼ ଅବକାରୀ ଥାନା ଅଧିକାରୀ ବିଶ୍ଵନାଥ ପରିଡ଼ାଙ୍କ ସମେତ ଷ୍ଟାଫ୍ ଅଜିତ ସାହୁ, ବୁଲୁ ସେଠି, ଗୁଣମତୀ ମାଝୀ, ଦିଲ୍ଲୀପ ମାହାର ସୁଶୀଲ ରଣା ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

17 + 1 =