ଅବକାରୀ ବିଭାଗ ଦ୍ୱାରା ୨୦ ଲିଟର ଦେଶୀ ରନ୍ଧା ମଦ ଜବତ, ଜଣେ କୋର୍ଟ ଚାଲାଣ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଅବକାରୀ ଥାନା ଦ୍ୱାରା ସୋମବାର ଦିନ ପେଟ୍ରୋଲିଂ ବେଳେ କଂଟାବାଂଜି ଥାନା କୁକୁଡାହାଡ ଗ୍ରାମରେ ବେଆଇନ ଭାବେ ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କ ଠାରୁ ୨୦ ଲିଟର ରନ୍ଧା ଦେଶୀ ମଦ ଜବତ କରାଯାଇଛି । ବେଆଇନ ମଦ ବିକ୍ରି କରୁଥିବା ଯୁବକ ଜଣକ ହେଲେ କୁକୁଡାହାଡ ନିବାସୀ ରମେଶ କୁଅଁର(୨୭) । ଏନେଇ କଂଟାବାଂଜି ଅବକାରୀ ଥାନା କେସ ନଂ. ୨୫/୨୩-୨୪ ମତେ ଅଭିଯୁକ୍ତକୁ କଂଟାବାଂଜି କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟ ଜାମିନ ନାମଂଜୁର ହେବାରୁ ସ୍ଥାନୀୟ ଉପକାରାଗାରକୁ ପଠାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଚଢାଉରେ କଂଟାବାଂଜି ଅବକାରୀ ଥାନା ଅଧିକାରୀ ପ୍ରବୀଣ ସାହୁ, ଏଏସଆଇ ଆର୍ତ୍ତତ୍ରାଣ ବହିଦାର, କନେଷ୍ଟବଲ ମମତା ବେହେରା, ଆଶିଷ କୁମାର ପୁଟେଲ, ଦେବର୍ଚ୍ଚାନ ଭୁଏ ସାମିଲ ଥିଲେ ।

Leave A Reply

Your email address will not be published.

three × three =