oom

ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ କାଠ ନିର୍ମିତ ସାମଗ୍ରୀ ଜବତ

jsmm

ଲାଠୋର, (କେପିଏନ୍‌ଏସ୍‌) : ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ କାଠ ନିର୍ମିତ ସାମଗ୍ରୀ ଜବତ କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ, ଲାଠୋର ବିଭାଗର ଖରଲି ଗ୍ରାମ ନିକଟରେ ଗତକାଲି ଲାଠୋର ରେଞ୍ଜର କର୍ମଚାରୀମାନେ ଏକ ଅଧା ତିଆରି ଡାଇନିଂ ସେଟ୍, ଏକ ଟେବୁଲ୍, ଚେୟାର (୭), ଏକ ଅଧା ତିଆରି ସୋଫା ସେଟ୍, ଏକ ଟିପୟ, ଶାଗୁଆନ ପଲଙ୍କ (୭) ସହିତ ଶାଗୁଆନ ଗଣ୍ଡି (୩) ଜବତ କରିଥିବା ଜଣାପଡିଛି । ତେବେ ଏହି ଚଢାଉରେ ଜଣେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଗିରଫ ଅଭିଯୁକ୍ତ ଜଣକ ନବୀନ ନାଗ ବୋଲି ଜଣାପଡିଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିବା ବେଳେ ଅଧିକ ଅନୁସନ୍ଧାନ ଚାଲିଛି । ରେଞ୍ଜ ଅଫିସର ମିସ୍ ପ୍ରଭାତୀ ସେଠଙ୍କ ନିର୍ଦ୍ଦେଶନାରେ ସମୀର ରଂଜନ ମହାପାତ୍ର, ଫରେଷ୍ଟର ହିତେଶ ମାଝୀ, ଫରେଷ୍ଟ ଗାର୍ଡ ଇନ୍ଦ୍ରମଣି ବେହେରା, ଫରେଷ୍ଟ ଗାର୍ଡ ମିସ୍ ପରିମିତା ମହାଲିଙ୍ଗ, ଫରେଷ୍ଟ ଗାର୍ଡଙ୍କ ସହିତ ଲାଠୋର ରେଞ୍ଜର ପାରା ଷ୍ଟାଫ ଏହି ଚଢ଼ାଉରେ ସାମିଲ ଥିଲେ ।

jittmm
Leave A Reply

Your email address will not be published.