pakka

ବିଭତ୍ସ ହତ୍ୟାକାଣ୍ଡ : ସାଙ୍ଗକୁ ହାଣିଲେ ୨ ସାଙ୍ଗ

bbehera

ଭୁବନେଶ୍ୱର ​: ଭୁବନେଶ୍ୱରରେ ବିଭତ୍ସ ହତ୍ୟାକାଣ୍ଡ । ବିଳମ୍ବିତ ରାତିରେ ଭୁବନେଶ୍ୱରର ରୁପାଲି ଛକରେ ଜଣେ ସାଙ୍ଗକୁ ଅନ୍ୟ ୨ଜଣ ସାଙ୍ଗ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ରୁପାଲି ଛକରେ ସାଙ୍ଗମାନେ ବସି ନିଶା ଖାଇବା ପରେ ଏପରି ହତ୍ୟାକାଣ୍ଡ ଘଟାଇଛନ୍ତି । କୌଣସି ଏକ କାରଣକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହେବା ପରେ ୨ଜଣ ସାଙ୍ଗ ଅନ୍ୟ ଜଣେ ସାଙ୍ଗକୁ ମାରଣାଅସ୍ତ୍ରରେ ହତ୍ୟା କରିଛି । ଏନେଇ ପୁଲିସ ଖବର ପାଇବା ପରେ ମୃତଦେହକୁ ଜବତ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ହତ୍ୟାକାଣ୍ଡକୁ ନେଇ ଅଭିଯୁକ୍ତମାନଙ୍କୁ ପୁଲିସ ପଚରାଉଚରା କରୁଛି ।

jay balangir
Leave A Reply

Your email address will not be published.

three × 2 =

error: Content is protected !!