pakka

ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ, ପୂର୍ବ ଶତୃତା ସନ୍ଦେହ

bbehera

କଳାହାଣ୍ଡି, (ପି.କେ. ସାହୁ) : ଯୁବକଙ୍କୁ ମାରଣାନ୍ତକ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର କିଛି ଯୁବକ ମଦ ପିଇ ସେହି ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଆକ୍ରମଣ କରିବା ବେଳର ଭିଡିଓ ଏବେ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଛି । ଆହତ ଯୁବକଙ୍କୁ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, କଳାହାଣ୍ଡି ଜିଲ୍ଲା ବାହାଦୂର ପଦର ଗ୍ରାମର ପୂର୍ବତନ ନାଏବ ସରପଞ୍ଚ ତାଙ୍କର ସହଯୋଗୀଙ୍କ ସହ ମିଶି ସେହି ଗ୍ରାମର ପୂର୍ବତନ ସରପଞ୍ଚଙ୍କ ପୁଅ ତୁଷାର ବାଗଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଫଳରେ ତୁଷାର ବାଗ ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ କେସିଙ୍ଗା ପୋଲିସ ଗିରଫ କରିଥିବା ବେଳେ ଅନ୍ୟ କିଛି ଲୋକ ଏବେବି ବାହାରେ ବୁଲୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ପୂର୍ବ ଶତୃତା ଯୋହୁଁ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ଘଟଣାରେ ସମ୍ପୃକ୍ତ ସମସ୍ତଙ୍କୁ ଗିରଫ କରି ଉଚିତ୍ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଗାଁ ଲୋକେ ଦାବୀ କରିଛନ୍ତି ।

jay balangir
Leave A Reply

Your email address will not be published.

19 + eight =

error: Content is protected !!