pakka

ପାଟଣାଗଡରେ ବିଭିନ୍ନ ସ୍ଥାନରେ ଅଂହିସା ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

bbehera
  • ଛାତ୍ରଛାତ୍ରୀଙ୍କ ଦେଶାତ୍ମକବୋଧକ ନୃତ୍ୟ ଶୈଳୀ ହୃଦୟରେ ଦେଶାତ୍ମକ ଭାବାନା ଜାଗ୍ରତ କରିଥିଲା

ପାଟଣାଗଡ, (ଗୋରେଖନାଥ ବରିହା) : ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ତଥା ରାଜ୍ୟ ଆଜାଦୀ ଅମୃତ କା ମହୋତ୍ସବ ପାଳନ କରିଆସିଛି । ଗାନ୍ଧୀଜୀଙ୍କ ଅଂହିସା ପରମଧର୍ମ ମହାମନ୍ତ୍ର ନେଇ ସମଗ୍ର ରାଜ୍ୟରେ ସଚେତନର ବାର୍ତ୍ତା ଉଦେଶ୍ୟରେ ରଥ ବାହାରିଛି । ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଅଂହିସା ରଥକୁ ଭବ୍ୟ ସ୍ୱାଗତ କରାଯାଇଛି । ଭଇଁଷା ଠାରେ ପହଞ୍ଚିବା ପରେ ପାଟଣାଗଡ଼ ବିଡିଓ ନୀଳମାଧବ ସୁନା ରଥକୁ ସ୍ୱାଗତ କରିବା ପରେ ଭଇଁଷା ଆର୍ଦଶ ବିଦ୍ୟାଳୟଠାରେ ରଥ ପହଞ୍ଚିବା ପରେ ପୁଷ୍ପମାଲ୍ୟ ଅର୍ପଣ କରି ଅଂହିସା ରଥକୁ ସ୍ୱାଗତ କରିଥିଲେ । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଦେଶାତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ବିଧାୟକ ସରୋଜ କୁମାର ମେହେର, ବ୍ଲକ ଅଧ୍ୟକ୍ଷ ନୀଳକାନ୍ତ ବାଗ, ଭଇଁଷା ସରପଞ୍ଚ ଜ୍ଞାନେଦ୍ର ସାଏ, ଜିପିଓ ନୀଳକାନ୍ତ କାଳସାଏ ଉପସ୍ଥିତ ଥିଲେ । ପରେ ବିଦ୍ୟୁତ ଚାଳିତ ଅରଟ ବଣ୍ଟନ କରାଯାଇଥିଲା । ଛାତ୍ରଛାତ୍ରୀ ମାନେ ଏହି ଆୟୋଜିତ ସମାରୋହରେ ଉପସ୍ଥିତ ରହି ଭାରତ ମାତାର ଜୟଗାନରେ ପରିବେଶକୁ ପ୍ରକମ୍ପିତ କରିଥିଲେ । ପରେ ରଥକୁ ପାଟଣାଗଡ ସ୍ଥିତ ରାମପୁର ଏଚ୍‌ପି ପେଟ୍ରୋଲ ପମ୍ପ ନିକଟରେ ମଧ୍ୟ ରଥକୁ ସ୍ୱାଗତ କରାଯାଇଥିବା ବେଳେ କଲେଜ ଛକଠାରେ ମଧ୍ୟ ସ୍ୱାଗତ କରାଯାଇଥିଲା । ରଥ ଜବାହରଲାଲ ମହାବିଦ୍ୟାଳୟ ପହଞ୍ଚିଥିଲା ସେଠାରେ ସ୍ୱାଗତ କରିବା ସହ ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ନୃତ୍ୟ ପରିବେଷଣ କରିଥିଲେ । ଉଭୟ ଦୁଇ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ନୃତ୍ୟ ସମାରୋହରେ ଅଂଶ ଗ୍ରହଣ କରି ନିଜର ନୃତ୍ୟ ଶୈଳୀ ଦ୍ଵାରା ଉପସ୍ଥିତ ଦର୍ଶକମାନଙ୍କ ହୃଦୟରେ ଦୋଶାତ୍ମକବୋଧକ ଭାବାନା ଜାଗ୍ରତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଇଁଷା ଆର୍ଦଶ ବିଦ୍ୟାଳୟ ଇଂରାଜୀ ଅଧ୍ୟାପକ ନବୀନ ପ୍ରଭାଷ ତରିଆ ପରିଚାଳନା କରିଥିବା ବେଳେ ଅଧ୍ୟାପକ, ଅଧ୍ୟାପିକା, ଶିକ୍ଷକ, ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଉପଖଣ୍ଡ ଲୋକ ସୂଚନା ଅଧିକାରୀ ସଞ୍ଜିବ ମହାନ୍ତିଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଲୋକ ପ୍ରିନ୍ସପାଲ ରାହୁଲ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

one + thirteen =

error: Content is protected !!