ଉଲୁଣ୍ଡା ଅଂଚଳରେ ହାତୀ ଆକ୍ରମଣ : ୧ ମୃତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ସୂବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଂଜ ଅନ୍ତର୍ଗତ ହାତୀପାହୁଲ ଗ୍ରାମର ଉଗ୍ରେସନ ଭୋଇ(୫୭) ଗତକାଲି ରାତିରେ ନିଜ ଚାଷଜମିରେ ହାତୀ ଫସଳ ନଷ୍ଟ କରୁଥିବା ଖବର ପାଇ ଘଉଡେଇବା ପାଇଁ ଯାଇଥିବା ବେଳେ ସେଠାରେ ହାତୀ ତାଙ୍କୁ ଦଳି ଦେଇଥିଲା । ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଇଛି । ଘଟଣା ସ୍ଥଳକୁ ବନବିଭାଗ କର୍ମଚାରୀ ପହଂଚି ଶବକୁ ଜଗି ରହିଥିବା ଜଣାପଡ଼ିଛି । ଅନ୍ୟପଟେ ଉଗ୍ରେସନକୁ ହାତୀ ଦଳି ମାରି ଦେଇଥିବା ଖବର ପରିବାରରେ ତଥା ସାରା ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ସରକାରଙ୍କ ପକ୍ଷରୁ ଉଗ୍ରେସନଙ୍କ ପରିବାରବର୍ଗଙ୍କୁ ସହାୟତା ଯୋଗାଇ ଦେବାକୁ ଦାବୀ ହୋଇଛି ।

Leave A Reply

Your email address will not be published.