pakka

ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ

bbehera

ସୋର : ଆହତ ଅବସ୍ଥାରେ ଉଦ୍ଧାର ହେଲା ଚିତ୍ରା ହରିଣ । ବାଲେଶ୍ଵର ଜିଲ୍ଲା ଅଚ୍ୟୁତପୁର ପଞ୍ଚାୟତ ସିରିପୁର ଗ୍ରାମ ବଉଳାଶୁଣି ପୋଖରୀରୁ ଆହତ ହରିଣ ଉଦ୍ଧାର ହୋଇଛି । ଗ୍ରାମବାସୀଙ୍କ ଦ୍ଵାରା ଉଦ୍ଧାର ହରିଣକୁ ପରେ ବନ ବିଭାଗକୁ ହସ୍ତାନ୍ତର କରାଯାଇଛି । ନିକଟସ୍ଥ ଜଙ୍ଗଲରୁ ଖସି ଆସିଥିବା ଏକ ହରିଣ ବୁଲା କୁକୁର ଦ୍ଵାରା ଆକ୍ରମଣର ଶିକାର ହୋଇ ଭୟରେ ପୋଖରୀକୁ ଡିଆଁ ମାରିଦେଇଥିଲା ।

ଲୋକେ ପୋଖରୀରୁ ହରିଣକୁ ଉଦ୍ଧାର କରି ଔପଦ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ପରେ ସେଠାରେ ଜଙ୍ଗଲ ବିଭାଗ ପହଞ୍ଚି ହରିଣକୁ ଉଦ୍ଧାର କରିବା ସହ ପଶୁ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।

Leave A Reply

Your email address will not be published.

19 + 7 =