ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶଙ୍କ ପରଲୋକ

ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ହରିହର ଦାଶ(୮୨)ଙ୍କ ଗତରାତିରେ ହୃଦଘାତରେ ପରଲୋକ ହୋଇଯାଇଥିବା ସୂଚନା ମିଳିଛି । ସେ କିଛି ଦିନ ପୂର୍ବେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ କରୋନାରୁ ସୁସ୍ଥ ହୋଇ ଗତକାଲି ନିଜ ବାସଭବନକୁ ଆସିଥିଲେ । କି‌ନ୍ତୁ ବିଧିର ବିଧାନ ଅଲଗା ରହିଥିଲା । ଗତ ବିଳ‌ମ୍ବିତ ରାତ୍ରରେ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ନିଜ ଘର ବାଥରୁମରେ ପଡିଯାଇଥିଲେ ଓ ତା‌ଙ୍କ ମୃତ୍ୟୁ ଘଟିଥିଲା ।

ପ୍ରକାଶଯୋଗ୍ୟ ଯେ, ହରିହର ଦାଶ ରାଜନୀତି ବିଜ୍ଞାନରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିବା ବେଳେ ବିଶ୍ୱବିଦ୍ୟାଳୟରେ କିଛିଦିନ ପାଇଁ କୁଳପତି ଦାଇତ୍ୱ ମଧ୍ୟ ନେଇଥିଲେ । ତାଙ୍କ ମୃତ୍ୟୁରେ ସାରା ବ୍ର‌ହ୍ମପୁର ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Leave A Reply

Your email address will not be published.