ଏଇ ମାସରେ ଖୋଲିବ ସ୍କୁଲ : ନବମରୁ ଯୁକ୍ତ ଦୁଇ ଯାଏଁ ସବୁ କ୍ଲାସ୍ ହେବ

ଭୁବନେ‌ଶ୍ୱର : ଏଇ ମାସରେ ଖୋଲିବ ସ୍କୁଲ। ନବମରୁ ଯୁକ୍ତ ଦୁଇ ଯାଏଁ ସବୁ କ୍ଲାସ୍ ହେବ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ପ୍ରଦାନ କରିଛନ୍ତି । ପିଲାଙ୍କୁ ଛାଡିବା ପାଇଁ ଅଭିଭାବକମାନେ ଯଦି ଅରାଜି ହୁଅ‌ନ୍ତି, ତେବେ ଅନଲାଇନ ବ୍ୟବସ୍ଥା କରାଯିବ ବୋଲି ମଧ୍ୟ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି । ସେ ଆହୁରି ସ୍ପଷ୍ଟ କରିଛ‌ନ୍ତି ଯେ, କରୋନା ପାଇଁ ପୂର୍ବରୁ ୩୦% ସିଲାବସ ହ୍ରାସ ହୋଇଛି, ଆଉ କମିବନି । ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁତି ଚାଲିଛି । ଜିଲାପାଳ ଓ ଡିଇଓମାନଙ୍କ ସହ ଆଲୋଚନା କରାଯିବ ବୋଲି ସେ କହିଛ‌ନ୍ତି ।

Leave A Reply

Your email address will not be published.