ହର୍ କଦମ୍ ଆପକେ ସାଥ୍ ସଂଗଠନ ପକ୍ଷରୁ ମାସ୍କ ବଣ୍ଟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁରର “ହର୍ କଦମ୍ ଆପକେ ସାଥ୍” ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଜଗଦଲପୁର ଗ୍ରାମଠାରେ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ହରିଶଙ୍କର ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାମର ୨୦୦ ଜଣଙ୍କୁ ମାସ୍କ ପ୍ରଦାନ କରାଯିବା ସହିତ କୋରୋନା ଭୂତାଣୁଠାରୁ କିପରି ଦୂରେଇ ରହିବେ ସେ ସଂପର୍କରେ ସଚେତନ ମଧ୍ୟ କରାଯାଇଥିଲା । ଏହା ସହିତ ଜଗଦଲପୁର ପୋଲିସ ବିଭାଗର ଆଇଆଇସି ବୀରବର ଭଗତ, ଏଏସ୍‌ଆଇ ପିକେ ପାଣି ଓ ଏନ୍‌ ମିଶ୍ର ହାବିଲଦାର ଜେ. ଦାସ ଓ ସମସ୍ତ କର୍ମଚାରୀଙ୍କୁ କୋଭିଡ୍ ଯୋଦ୍ଧା ଭାବରେ ସମ୍ମାନିତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ସଂଗଠନର ସଭ୍ୟ ଶିବାଶିଷ ପଟ୍ଟନାୟକ, କମଲ ସାହୁ, ଦିନେଶ ଜେନା, ବରୁଣ ସାହୁ, ଏମ୍.ଡି. ୱହିଦ୍, ନରେନ୍ ସାହୁ, ନୀଳମାଧବ ସାହୁ, ହରି ଭୋଇ, ଭଜନ ଅଗ୍ରୱାଲ, ବିଜେଶ ବଂଶଲ, ସୁଶାନ୍ତ ପ୍ରଧାନ, ସତ୍ୟ ବାରିକ, ରାଜୁ ସାହୁ ଓ ଗୁଲଠୁ ଜଶୱ।ନୀ ସାମିଲ ଥିଲେ ।

Leave A Reply

Your email address will not be published.

15 + 13 =