ସଜନା ଗଛକୁ ନେଇ ମରଣାନ୍ତକ ଆକ୍ରମଣ : ଉଭୟ ପକ୍ଷରୁ ଥାନାରେ ଏତଲା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଉଡାର ଗାଁର ଗଣେଶ ପଧାନ ଅଭିଯୋଗ କରିଛନ୍ତି ଯେ, ଗତ ୫ ତାରିଖ ସନ୍ଧ୍ୟା ପ୍ରାୟ ୯ଟାରେ ଶୋଇଥିବା ସମୟରେ ପଡୋଶି ସନ୍ତୋଷ ପଧାନ ଘରୁ ଡାକି ଏକ ଟାଙ୍ଗିଆରେ ଚୋଟ ମାରିଥିଲା । ମୁଣ୍ଡରେ ଜୋର ଆଘାତ ଯୋଗୁଁ ବେହୋଶ ହୋଇଥିବାରୁ ସ୍ତ୍ରୀ ଉଠାଇ ଘରକୁ ନେଇ ଯାଇଥିଲେ । ଏହି ଘଟଣାରେ ଗାଁ ବିଜୟ ପଧାନ ମଧ୍ୟ ସାମିଲ ଥିବା ଥାନାରେ ଅଭିଯୋଗ କରିଥିଲେ ଗଣେଶ ପଧାନ । ସେହିପରି ବିଜୟ ପଧାନ ମଧ୍ୟ ଗଣେଶ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିବା ଥାନା ପକ୍ଷରୁ କୁହାଯାଇଛି । ଏହି କେସ୍‌ ବିଷୟରେ ଦେଓଗାଁ ଥାନା ଅଧିକାରୀ ପ୍ରଭାତ ରଞ୍ଜନ ମହାନ୍ତିଙ୍କୁ ପଚାରିବାରୁ ଉଭୟ ପକ୍ଷରୁ କେସ୍‌ କରାଯାଇଛି ବୋଲି କହିଛନ୍ତି । ମରଣାତ୍ମକ ଆକ୍ରମଣ ହୋଇଥିବା ବେଳେ କାହାରିକୁ ଗିରଫ କରାଯାଇ ନ ଥିବାରୁ ଗାଁରେ ଉତ୍ତେଜନା ଦେଖାଯାଇଛି । ଅନ୍ୟପକ୍ଷରେ ଆଗାମୀ ଦିନରେ କିଛି ଗୁରୁତର ଘଟଣା ଘଟିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ । ତେଣୁ ପୁଲିସ ତୁରନ୍ତ ତଦନ୍ତ କରିବାକୁ ସାଧାରଣରେ ଦାବୀ ହେଉଛି ।

ସୂଚନା ଯୋଗ୍ୟ ଯେ, ସେହିଦିନ ଗଣେଶ ଓ ସନ୍ତୋଷଙ୍କ ପରିବାରର ସୀମାରେ ଥିବା ସଜନା ଗଛକୁ ନେଇ ଉଭୟ ପରିବାରେ କଥା କଟା କଟି ହୋଇଥିଲା । ଏହାକୁ ନେଇ ଗଣେଶ ପରିବାର ଉପରେ ଆକ୍ରମଣ ହୋଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.

5 × five =