ଡ୍ରେନରେ ଫସିଥିବା ଗାଈକୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଵିଜ୍ଞାପିତ ଅଂଚଳ ପରିଷଦ ୱାର୍ଡ ନମ୍ବର ୧୧ ରଜାପଡାରେ ନୂତନ ଡ୍ରେନ ନିର୍ମାଣ ହେଉଛି । ଡ୍ରେନଟି ସମ୍ପୂର୍ଣ୍ଣ ରୂପେ ମେଳା ଅଛି ଯଦ୍ୱାରା ଗର୍ଭବତୀ ଥିବା ଗାଈଟି ଡ୍ରେନ ଭିତରେ ଫସି ଯାଇଥିଲା । ଖବର ପାଇ ପଦ୍ମପୁର ଅଗ୍ନିଶମ ବିଭାଗ ୧୦ ମିନିଟରେ ପହଂଚି ଯାଇଥିଲା ଫସି ରହିଥିବା ଗାଈ ପାଖକୁ ଓ ୧୫ ମିନିଟରେ ଗର୍ଭବତୀ ଥିବା ଗାଈକୁ ଉଦ୍ଧାର କରିଥିଲେ । ଅଗ୍ନିଶମ ବିଭାଗର ଏହି ମହତ କାମକୁ ସହର ବାସୀ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.

three × five =